29.1 C
Bhubaneswar
Thursday, May 2, 2024
Homeଓଡିଶାଟ୍ରେନରେ କଟି ଚାଲିଗଲା ବୃଦ୍ଧଙ୍କ ଜୀବନ 

ଟ୍ରେନରେ କଟି ଚାଲିଗଲା ବୃଦ୍ଧଙ୍କ ଜୀବନ 

ନୂଆପଡା : ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ପଟପରପାଲି ଗାଁ ନିକଟରେ ଟ୍ରେନରେ କଟି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି । ମୃତକ ବୃଦ୍ଧ ଜଣକ ହେଲେ ପଟପରପାଲି ଗାଁର ନରେଶ ପ୍ରସାଦ ପଣ୍ଡା(୬୫) । ଆଜି ମଧ୍ୟାହ୍ନରେ ଖରିଆରରୋଡ଼ ରେଲବବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପଟପରପାଲି ଗାଁର ଗଣେଶ ବୟସର ଅପରାହ୍ନରେ ମାନସିକ ବିକାରଗ୍ରସ୍ତ ହୋଇ ଭିକ୍ଷା ବୃତ୍ତି କରି ଜୀବନ ବଞ୍ଚାଇ ରଖିଥିଲେ । ଆଜି ସକାଳେ ବୃଦ୍ଧ ଜଣକ କୌଣସି କାରଣରୁ ଖରିଆରାରୋଡ଼ ଓ ନୂଆପଡା ରେଲୱେ ଷ୍ଟେସନ ମଧ୍ୟସ୍ଥ ପଟପରପାଲି ଗାଁ ନିକଟ ରେଲୱେ ଲାଇନକୁ ଚାଲି ଆସିଥିଲେ । ଏହି ସମୟରେ ଟିଟିଲାଗଡରୁ ଏକ ମାଲ ବୋଝେଇ ଟ୍ରେନ ରାୟପୁର ପଟେ ଯାଉଥିଲା । ବୃଦ୍ଧ ଜଣକ ଗୋଟିଏ ଟ୍ରେନ ଲାଇନରୁ ଅନ୍ୟ ଲାଇନକୁ ଚାଲି ଯାଇଥିଲେ । ଏହି ସମୟରେ ବୃଦ୍ଧ ଛିଡା ହୋଇଥିବା ଟ୍ରେନ ଲାଇନରେ ନିଜାମୁଦ୍ଦିନ- ବିଖଖାପଟଣା ଟ୍ରେନ ହଠାତ ଚାଲି ଆସିଥିଲା । ଏହି ଟ୍ରେନ ଧକ୍କାରେ ବୃଦ୍ଧ ଜଣକ ଆସି ଛିଟିକି ପଡ଼ିଥିଲେ । ଟ୍ରେନ ଚାଳକ ଟ୍ରେନକୁ ଅଟକାଇ ବୃଦ୍ଧଙ୍କୁ ଦେଖିଥିଲେ । ସେଠାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖରିଆରାରୋଡ଼ ରେଲୱେ ପୋଲିସକୁ ଜଣାଇ ଚାଲି ଯାଇଥିଲେ । ଏବେ ରାୟପୁର-ଟିଟିଲାଗଡ଼ ରେଳୱେ ପୋଷ୍ଟ ୧୧୩ ପଏଣ୍ଟ ନିକଟରେ ମୃତଦେହ ପଡିରହିଛି । ପୂର୍ବାହ୍ନରେ ଖରିଆରାରୋଡ଼ ରେଲୱେ ପୋଲିସ ଫୋର୍ସ ଭାରପ୍ରାପ୍ତ ଅଧିକାରୀ ମଙ୍ଗଳ ସିଂ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଶବ ଉଠାଇବା ପାଇଁ ଟିଟିଲାଗଡ଼ ଆରପିଏଫକୁ ଜଣାଇ ଦେଇଛୁ । ସେଠାରୁ ସ୍ୱୀପରମାନେ ଆସିବା ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆରପିଏଫ ଅଧିକାରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking