29.1 C
Bhubaneswar
Saturday, April 27, 2024
Homeଓଡିଶାଅନୁଗୁଳସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଗିରଫ

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗାଁରେ ଜଣେ ନବବଧୂଙ୍କୁ ହତ୍ୟା ଅଭିଯୋଗରେ ଗୁରୁବାର ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ । ସୂଚନା ଯେ, ପୁରୀକିଆ ଗାଁର ନିଶାମଣି ଅମାନ୍ତଙ୍କ ଝିଅ ମିତାଲି ଅମାନ୍ତ(୨୧) ତଳମୂଳ ଗାଁର ପ୍ରଦୀପ ଓରଫ ଦୀପକ ପଟ୍ଟନାୟକ(୩୭)ଙ୍କୁ ୪ ମାସ ତଳେ ବିବାହ କରିଥିଲେ । ପରିବାରରେ ସବୁ ଠିକ୍ ଚାଲିଥିଲା । କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ମିତାଲି ତାଙ୍କ ଶୋଇବା ଘର ଫ୍ୟାନ୍‌ରେ ବେକରେ ପିନ୍ଧା ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ପ୍ରଦୀପ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଜଣାଇଥିଲେ ମଧ୍ୟ ମିତାଲିଙ୍କ ମୃତ୍ୟୁ ହୋଇଯାଇଥିଲା । ଏ ନେଇ ମିତାଲିଙ୍କ ବାପା ଶାଶୂଘର ଲୋକେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଏଥିସହ ଘଟଣାର ତଦନ୍ତ କରି ଗୁରୁବାର ସ୍ୱାମୀ ପ୍ରଦୀପଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking