28.1 C
Bhubaneswar
Saturday, April 27, 2024
Homeଓଡିଶାଭଙ୍ଗାକୁଡ଼ିଆରେ ଦିନ କାଟୁଛନ୍ତି ୭ ପରିବାର

ଭଙ୍ଗାକୁଡ଼ିଆରେ ଦିନ କାଟୁଛନ୍ତି ୭ ପରିବାର

ଯାଜପୁର: ଗରିବ, ଅସହାୟ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଓ ଲାଭଖୋର ମନୋଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଗତ କିଛିବର୍ଷ ହେଲା ପ୍ରତି ସୋମବାର ଜିଲ୍ଲାସ୍ତରୀୟ ଏବଂ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଛି । ଶିବିରରେ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ସ୍ଥାନୀୟ ବିଡିଓମାନେ ଉପସ୍ଥିତ ରହି ସବୁଥର ଆବାସ ସମ୍ବନ୍ଧୀୟ ଦରଖାସ୍ତ ଗ୍ରହଣ କରୁଛନ୍ତି । ସ୍ଥାନେ ସ୍ଥାନେ ଜିଲ୍ଲାପାଳଙ୍କ ଆଦେଶ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ । ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତ ନାଉବାଙ୍କ ଗ୍ରାମର କେତୋଟି ପରିବାରର ଏଭଳି ଦୂରାବସ୍ଥା ଦେଖିବାକୁ ମିଳିଛି ।

୭ଟି ପରିବାରର ଆବାସ ଯୋଜନା ପାଇଁ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ଏହି ସମସ୍ତ ଦଳିତ ପରିବାରର । ଉତ୍କୋଚ ନଦେଲେ ଆବାସ ମିଳିବା ଏକପ୍ରକାର ଅସମ୍ଭବ ବୋଲି ଅଭିଯୋଗ ହେଉଛି । କେବଳ ଏହି ୭ଟି ପରିବାର ନୁହେଁ ପଞ୍ଚାୟତରେ ଆହୁରି ଅନେକ ଲୋକ ଅନୁରୂପ ସମସ୍ୟା ମଧ୍ୟରେ ବର୍ଷ ବର୍ଷ ଧରି ଘାଣ୍ଟି ହେଉଛନ୍ତି । ବିଜୟ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ଜୟରାମ ମଲ୍ଲିକ, ସୁରେଶ ମଲ୍ଲିକ, ପ୍ରେମଚାନ୍ଦ ମଲ୍ଲିକ, ବନମାଳୀ ମଲ୍ଲିକ, ସହଦେବ ବାରିକ ପ୍ରମୁଖଙ୍କ ଘର ଦେଖିଲେ ବ୍ଲକ ଓ ଜିଲ୍ଲାରେ ସମସ୍ତ ବ୍ଲକ ଅଞ୍ଚଳରେ ସରକାରଙ୍କ ଆବାସ ଯୋଜନା ବାସ୍ତବରେ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଜଣାପଡ଼ିବ । ଏନେଇ ସମାଜସେବୀ ଭୁବନାନନ୍ଦ ସାମଲ, ସୀମାନ୍ତ ପାତ୍ର, ଅଭିମନ୍ୟୁ ସାହୁ, ସନାତନ ସାହୁ, ରବିନ୍ଦ୍ର ଜେନା, ମଦନ ଜେନା, ନୟନ ଜେନା, ଜୟନ୍ତ ଜେନା ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking