26.1 C
Bhubaneswar
Wednesday, May 8, 2024
Homeକରୋନାଆଜିଠୁ କୋଭ୍ୟାକ୍ସିନର ହ୍ୟୁମାନ ଟ୍ରାୟାଲ

ଆଜିଠୁ କୋଭ୍ୟାକ୍ସିନର ହ୍ୟୁମାନ ଟ୍ରାୟାଲ

ନୂଆଦିଲ୍ଲୀ: ଆଜିଠୁ  ଦିଲୀ ଏମ୍ସରେ ହେବ ସ୍ଵଦେଶୀ ଭ୍ୟାକ୍ସିନ କୋଭ୍ୟାକ୍ସିନର ହ୍ୟୁମାନ ଟ୍ରାୟାଲ। ଦିଲ୍ଲୀ ଏମ୍ସର ଏଥିକ୍ସ କମିଟି କରୋନା ଭ୍ୟାକ୍ସିନ କୋଭ୍ୟାକ୍ସିନର ହ୍ୟୁମାନ ଟ୍ରାୟାଲ ପାଇଁ ମଞ୍ଜୁରୀ ଦେଇଥିଲା। ତେବେ ହ୍ୟୁମାନ ଟ୍ରାୟଲ ପାଇଁ ୧୦ ଘଣ୍ଟା ମଧ୍ୟରେ 10 ହଜାରରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି। ତେବେ କୋଭ୍ୟାକ୍ସିନ ପରୀକ୍ଷଣ ପାଇଁ ଅନ୍ୟ ୧୨ଟି ସେଣ୍ଟର ପୂର୍ବରୁ ପରୀକ୍ଷଣ ଆରମ୍ଭ କରିଦେଇଛି।
ସୂଚନା ଅନୁଯାୟୀ, 07428847499 ନମ୍ବରରେ କଲ କରି କୋଭ୍ୟାକ୍ସିନ ଟ୍ରାୟାଲ ପାଇଁ ନିଜ ନାମ ପଞ୍ଜୀକରଣ କରିପାରିବେ। ନାମ ପଞ୍ଜୀକରଣ କରିବାକୁ ctaiims.covid19@gmail.comରେ ମେଲ ମଧ୍ୟ କରିପାରିବେ। କେବଳ ୧୮ ବର୍ଷରୁ ୫୫ ବର୍ଷ ପର୍ଯ୍ୟନ୍ତ ଲୋକ ଆବେଦନ କରିପାରିବେ। ଯେଉଁ ବ୍ୟକ୍ତିଙ୍କ ଉପରେ କୋଭ୍ୟାକ୍ସିନର ପରୀକ୍ଷଣ କରାଯିବ ସେମାନଙ୍କ କରୋନା ଟେଷ୍ଟ କରାଯିବ। ବିପି, ଲିଭର, କିଡନୀ ଭଳି ତମାମ ଟେଷ୍ଟରେ ସୁସ୍ଥ ଥିଲେ ଯାଇ ଭ୍ୟାକ୍ସିନର ଡୋଜ୍ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking