29.1 C
Bhubaneswar
Saturday, April 27, 2024
Homeଓଡିଶାବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ

ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ

ଯାଜପୁର: ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଛି ପୋଲିସ । ନାକାବନ୍ଦୀ ବେଳେ ୩୧୬ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହା ମାମଲାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗିରଫ ୩ ଜଣଙ୍କ ମଧ୍ୟରେ ୨ଜଣ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁର କପିଳା ମଲ୍ଲିକ ଓ ଧନିଆ ହୋଇଥିବା ବେଳେ ମହିଳା ଜଣଙ୍କ ଯାଜପୁର ଜିଲ୍ଲାର ଟୁନି ନାୟକ ବୋଲି ଜଣାପଡିଛି ।  ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁର ୨ଜଣ ଯୁବକ ସହ ଜଣେ ମହିଳା ବାଇକ ଯୋଗେ ବାଲେଶ୍ୱରରୁ ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ନେଇ ଭଦ୍ରକ ଆସୁଥିଲେ । ଠିକ୍‌ ଏହି ସମୟରେ ଧାମରା ରେଳ ଓଭରବ୍ରିଜ୍‌ ନିକଟରେ ଗ୍ରାମାଞ୍ଚଳ ପୋଲିସ ସମସ୍ତଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ୩୧୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ଗିରଫ ହୋଇଥିବା ୩ଜଣଙ୍କ ନିକଟରୁ ଏକ ବାଇକ୍‌ ଜବତ ହୋଇଛି । ବ୍ରାଉନ୍‌ସୁଗାର କାରବାରର ଲିଙ୍କ ନେଇ ଛାନ୍‌ଭିନ୍‌ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking