33.1 C
Bhubaneswar
Saturday, April 27, 2024
Homeଓଡିଶାଆଗକୁ ମାଟ୍ରିକ ପରୀକ୍ଷା , ଅନ୍ଧାରରେ ଅନ୍ତେବାସୀ 

ଆଗକୁ ମାଟ୍ରିକ ପରୀକ୍ଷା , ଅନ୍ଧାରରେ ଅନ୍ତେବାସୀ 

କଳାହାଣ୍ଡି : ନିକଟରେ ପରୀକ୍ଷା କିନ୍ତୁ ଅନ୍ଧାରରେ ଅନ୍ତେବାସୀ । ମାସେ ହେବ ଜଳୁନି ବିଜୁଳି ,ତା ସହିତ ଲଣ୍ଠନ ଆଲୁଅ ପାଇଁ ମଧ୍ୟ ମିଳୁନି କିରୋସିନ୍ । ଏଭଳି ଅବ୍ୟବସ୍ଥା ମଧ୍ୟରେ ରହୁଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିରିମସ୍କା ଉଚ୍ଚ ବିଦ୍ୟାଳୟର ଆଦିବାସୀ ଅନ୍ତେବାସୀ । ଆଦିବାସୀ ଛାତ୍ରୀ ନିବାସ ଓ ଛାତ୍ରାବାସରେ ବିଜୁଳି ଜଳୁନଥିବା ଯୋଗୁଁ ନାନା ଅସୁବିଧା ଭୋଗୁଛନ୍ତି ଅନ୍ତେବାସୀ । ବିଜୁଳି ନଥିବା ଯୋଗୁଁ ଅନ୍ତେବାସୀଙ୍କୁ ନିତ୍ୟ ବ୍ୟବହାର‌୍ୟ୍ୟ ଜଳର ଘୋର ଅସୁବିଧା, ଅନ୍ଧାରରେ ଅନେକ ବିପଦ ଏବଂ  ଗାଧୋଇବା ବା ଶୌଚ ପାଇଁ ପରିସର ବାହାରକୁ ଯିବାକୁ ପଡୁଥିବା କଥା କହିଛନ୍ତି ଅନ୍ତେବାସୀ । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ଆଦିବାସୀ ଛାତ୍ରୀମାନଙ୍କ ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଏବଂ  ଆଦିବାସୀ ଛାତ୍ର ମାନଙ୍କ ପାଇଁ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ବ୍ୟବସ୍ଥା କରାଯାଇଛି । ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ରହି ଅଧ୍ୟୟନ କରିପାରିବେ । ଚଳିତ ମାସ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ ବିଜୁଳି ନଥିବା ଯୋଗୁଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା କହିଛନ୍ତି ଅନ୍ତେବାସୀ ।
ଗତ ଜାନୁଆରୀ ୫ ତାରିଖରେ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ସଫର୍ମର୍ ଖରାପ ହୋଇଥିବା ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ । ଏହି ସମସ୍ୟା ନେଇ ବିଦ୍ୟାଳୟ ତରଫରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବୈରାଗୀ ଚରଣ ନାଏକ ଗତ ଜାନୁଆରୀ ୧୦ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ମାଧ୍ୟମରେ ଅବଗତ କରାଯାଇଥିବା କହିଛନ୍ତି । କିନ୍ତୁ ଆଜି ପର‌୍ୟ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇନଥିବା ବିଡମ୍ବନାର ବିଷୟ ଅଟେ।ଏହାର ତୁରନ୍ତ ସମାଧାନ ପାଇଁ ନିବେଦନ କରିଛନ୍ତି ଅନ୍ତେବାସୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking