34.1 C
Bhubaneswar
Thursday, April 25, 2024
HomeUncategorizedକରିନା ହତ୍ୟାକାଣ୍ଡ : ପ୍ରେମିକ ଫେରାର, ବାପା ଅଟକ

କରିନା ହତ୍ୟାକାଣ୍ଡ : ପ୍ରେମିକ ଫେରାର, ବାପା ଅଟକ

ନିଶ୍ଚିନ୍ତକୋଇଲି : ବହୁଚର୍ଚ୍ଚିତ କରିନା ପ୍ରିୟଦର୍ଶିନୀ ସୁପରିକଳ୍ପିତ ହତ୍ୟାକାଣ୍ଡକୁ ୧୬ଦିନ ବିତିଛି । ମାତ୍ର ନିଶ୍ଚିନ୍ତକୋଇଲି ଥାନା ପୁଲିସର ହାତ ଖାଲିପଡ଼ିଛି । ମୁଖ୍ୟ ଅଭିଯୁକ୍ତ ମାନସ ପୁଲିସ ଆଖିରେ ଧୂଳିଦେଇ ଏପର୍ଯ୍ୟନ୍ତ ଫେରାର ରହିଛି । ତେବେ ପୁଲିସ ବୁଧବାର ମାନସର ପିତାଙ୍କୁ ଧରିଆଣି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ବ୍ଲକ୍ ବଡ଼କ୍ଷୀର ଗ୍ରାମର ଦିଲ୍ଲୀପ କୁମାର ଗାହାଣଙ୍କ ଏକମାତ୍ର କନ୍ୟା କରିନା ପ୍ରିୟଦର୍ଶିନୀ(୨୧) ତାମିଲନାଡ଼ୁର ଚେନ୍ନାଇଠାରେ ରୟାଲ ଏନ୍‌ଫିଲ୍‌ଡ କମ୍ପାନୀରେ ଅଟୋ ମୋବାଇଲ ଇଞ୍ଜିନିୟର ରୂପେ କାର୍ଯ୍ୟ କରୁଥିଲେ । ପ୍ରାୟ ୧୪ମାସ ପୂର୍ବରୁ କରିନା ଚେନ୍ନାଇରେ କାର୍ଯ୍ୟ କରିଆସୁଥିଲେ । କରିନା ସେଠାରେ ବ୍ରହ୍ମପୁର ଅଞ୍ଚଳର ଅନ୍ୟଜଣେ ଓଡ଼ିଆ ଯୁବତୀଙ୍କ ସହ ଏକ ଭଡ଼ା ଘରେ ରହି ଆସୁଥିଲେ । ସ୍କୁଲରେ ପଢ଼ିବାବେଳଠୁ କରିନା ଗୋପପୁର ଗ୍ରାମର ଶିବପ୍ରସାଦ ସାହୁଙ୍କ ପୁତ୍ର ମାନସ ସାହୁଙ୍କୁ ଭଲ ପାଇଆସୁଥିଲେ । କିନ୍ତୁ କରିନା ଚେନ୍ନାଇରେ ଚାକିରି କରିବା ପରେ ତାଙ୍କ ସମ୍ପର୍କରେ ରହସ୍ୟଜନକ ଭାବେ ଫାଟ ସୃଷ୍ଟି ହୋଇଥିଲା । ତାକୁ ବାହା ନହେଲେ କରିନାର ଏକମାତ୍ର ଭାଇ ଓ ବାପାଙ୍କୁ ଜୀବନରୁ ମାରିଦେବା ନିମନ୍ତେ ମାନସ ବାରମ୍ବାର ଧମକ ଚମକ ଦେଇ ଆସୁଥିଲା । କରିନାଙ୍କୁ ବିବାହ କରିବା ନିମନ୍ତେ ମାନସ ଗାଁ ଛାଡ଼ି ଚେନ୍ନାଇ ପଳାଇଯାଇ ସେଠାରେ ଏକ ହୋଟେଲରେ କାର୍ଯ୍ୟ କରୁଥିଲା । ମାନସ ଚେନ୍ନାଇରୁ ବାରମ୍ବାର କରିନା ମୋବାଇଲକୁ ଫୋନ କରିବା ସହ ତାକୁ ବିବାହ କରିବା ନିମନ୍ତେ ଧମକ ଚମକ ଦେଇ ଭୟଭୀତ କରିଆସୁଥିଲା ।
ସୁଯୋଗ ଉଣ୍ଡି ମାନସ ଗତ ୨୧ତାରିଖରେ ଏକ ସାଇକେଲ ଯୋଗେ କରିନାଙ୍କ ବାସଭବନରେ ପହଞ୍ôଚଥିଲା । ସେହି ଦିନ ପ୍ରାୟ ୧ଟାବେଳେ କରିନା ଘରର ଅଳିଆ ଆବର୍ଜନା ପକାଇବା ନିମନ୍ତେ କବାଟ ଖୋଲି ବାହାରକୁ ଯାଇଥିଲା । ଏହି ସମୟରେ ଯୋଜନାବଦ୍ଧ ଭାବେ ପୂର୍ବରୁ ଛପି ରହିଥିବା ମାନସ କରିନାର ଘର ଭିତରେ ଥିବା ବାଥ୍‌ରୁମ୍‌କୁ ପଶିଯାଇଥିଲା । କରିନା ଘରକୁ ଫେରିବା ପରେ ବାଥ୍‌ରୁମ୍ ଭିତରେ ଲୁଚି ରହିଥିବା ମାନସ ପଛପଟରୁ ଆସି ତାଙ୍କୁ ଭିଡ଼ିନେଇ ଶ୍ୱାସରୁଦ୍ଧ କରି ହତ୍ୟାକରିବା ପରେ ମୃତଦେହକୁ କପଡ଼ାରେ ଘୋଡ଼ାଇ ବାଥରୁମ୍ ନିକଟରେ ପକାଇ ଚମ୍ପଟ ମାରିଥିଲା । ତେବେ ଏହି ସମୟରେ ମାନସ ତା’ର ଆଧାର ପରିଚୟପତ୍ର ଭୁଲ୍‌ବଶତଃ ପକାଇ ଦେଇ ଆସିଥିଲା । ଚେନ୍ନାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିବା ସହ କରିନାର ପରିବାରକୁ ଖବର ଦେଇଥିଲେ ।
କରିନାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କର ପିତା ଦିଲ୍ଲୀପ ଥାନାରେ ଅଭିଯୋଗ କରିବା ପରେ ପୁଲିସ କରିନାର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଅପରପକ୍ଷରେ ସିସିଟିଭି ଫୁଟେଜ୍‌ରେ ମାନସର ଫଟୋ ରହିଥିବାର ଚେନ୍ନାଇ ପୁଲିସ କରିନାଙ୍କ ପରିବାରକୁ ସୂଚନା ପ୍ରଦାନ କରିଛି । ମାନସ ହିଁ କରିନାର ହତ୍ୟାକାରୀ ବୋଲି ପୁଲିସ ସ୍ପଷ୍ଟ ସୂଚନା ପାଇଥିଲେ ବି ପୂର୍ବରୁ ଚେନ୍ନାଇ ପୁଲିସ ଏବଂ ଏବେ ନିଶ୍ଚିନ୍ତକୋଇଲି ପୁଲିସ ତାକୁ ଗିରଫ କରିବାରେ ବିଫଳ ହେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାନସକୁ ତୁରନ୍ତ ଗିରଫ କରିବା ପଇଁ ସାଧାରଣରେ ଦାବି ହେଉଛି । ତେବେ ପୁଲିସ ମାନସର ପିତାଙ୍କୁ ଧରିଆଣି ଥାନାରେ ଅଟକ ରଖିବା ସହ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking