39.2 C
Bhubaneswar
Thursday, April 18, 2024
Homeଅପରାଧପୁଣି ରାଜଧାନୀରେ ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

ପୁଣି ରାଜଧାନୀରେ ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଧଳା ଜହର ବ୍ୟବସାୟ ଦନିକୁ ଦିନ ଅଧିକ ସକ୍ରିୟ ଦେଖାଯାଉଛି। ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ଏସ୍‌ଟିଏଫ୍ ରାଜଧାନୀ ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ହେଲା ପ୍ରଦୀପ କୁମାର ସାହୁ । ସେ ସୁନ୍ଦରପଦା ଥାନା ଅନ୍ତର୍ଗତ କାଳିପ୍ରସାଦ ଉପରସାହିର ବଳରାମ ସାହୁଙ୍କ ପୁଅ। ଏସ୍‌ଟିଏଫ୍ ପ୍ରଦୀପ ନିକଟରୁ ବୁଧବାର ରାତ୍ରିକାଳୀନ ଚଢ଼ାଉ କରି ୨୧.୭ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନ୍ ସୁଗାରର ମୂଲ୍ୟ ୨ ଲକ୍ଷ ୧୭ ହଜାର ଟଙ୍କା ହେବ। ପ୍ରଦୀପକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ମାସକ ମଧ୍ୟରେ ଏସ୍‌ଟିଏଫ୍ ପୁରୀ, ବାଲେଶ୍ୱର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୦ଟି ମାମଲା ରୁଜୁ କରିଛି। ଏହି ଚଢ଼ାଉ ସମୟରେ ଏସ୍‌ଟିଏଫ୍ ୨୧ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତମାନଙ୍କ ଠାରୁ ୮୧୬.୭ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ସେହିଭଳି ୩୨୬ ଗ୍ରାମ୍ ଅଫିମ୍‌, ନଗଦ ୧୩ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ ମାରୁତି କାର, ୮ଟି ମୋଟର ସାଇକେଲ, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ଜିନିଷପତ୍ର ଜବତ କରିଛି ଏସ୍‌ଟିଏଫ୍‌।ଏଭଳି ଅପରାଧିକ କାର‌୍ୟ୍ୟ କଳାପ ଦିନ କୁ ଦିନ ବଢିଚାଲିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking