32.1 C
Bhubaneswar
Friday, April 26, 2024
Homeଓଡିଶାସୁକିନ୍ଦା ବିଧାୟକଙ୍କ ଜୀବନ କାମନା କରି କପିଳେଶ୍ୱର ମନ୍ଦିରରେ ହୋମ-ଯଜ୍ଞ

ସୁକିନ୍ଦା ବିଧାୟକଙ୍କ ଜୀବନ କାମନା କରି କପିଳେଶ୍ୱର ମନ୍ଦିରରେ ହୋମ-ଯଜ୍ଞ

ଯାଜପୁର: ସୁକିନ୍ଦା ବିଧାୟକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଡୁବୁରୀସ୍ଥିତ କପିଳେଶ୍ୱର ମନ୍ଦିରରେ ହୋମ-ଯଜ୍ଞ କରାଯାଇଛି। କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଆରୋଗ୍ୟ ଉଦ୍ଦେଶ୍ୟର ମହାଦେବଙ୍କ ପାଖରେ ରୁଦ୍ରାଭିଶେକ କରିଛନ୍ତି ସୁକିନ୍ଦା ଯୁବ ବିଜେଡି ଏବଂ ମହିଳା ବିଜେଡିର କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ରିଷ୍ଟ ଖଣ୍ଡନକାରୀ ମହାଦେବଙ୍କ ଆବାହନ କରିଛନ୍ତି । ଯଜ୍ଞ ସମାପନ ପରେ ଦୁଃସ୍ଥଜନଙ୍କୁ ପ୍ରସାଦ ବଣ୍ଟନ କରାଯାଇଛି। ସେହି ପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଆଶୁ ଆରୋଗ୍ୟ କାମନା କରି ସୁକିନ୍ଦା ବ୍ଲକ ସୁକିନ୍ଦାଗଡ଼ ପଞ୍ଚାୟତର ଜଗନ୍ନାଥସାହିର ଯୁବ ବିଜେଡିର କର୍ମକର୍ତ୍ତା ଓ ଶୁଭେଶ୍ଚୁମାନେ, ଜଗନ୍ନାଥ ସାହିରେ ଥିବା ମା ମଙ୍ଗଳା ମନ୍ଦିରରେ ସମୂହ ଦୀପ ପ୍ରଜ୍ୱଳନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking