26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶମାତାଲ ଯୁବତୀଙ୍କ ପାଇଁ ଟ୍ରାଫିକ୍ ଜାମ୍

ମାତାଲ ଯୁବତୀଙ୍କ ପାଇଁ ଟ୍ରାଫିକ୍ ଜାମ୍

ମୁମ୍ବାଇ: ଟାଙ୍କେ ମଦ ପିଇ ରାସ୍ତା ଉପରେ ହାଇଡ୍ରାମା କଲେ ଯୁବତୀ।ମାତାଲ ଯୁବତୀଙ୍କ ପାଇଁ ଘଣ୍ଟା ଘଣ୍ଟା ଧରି ହେଲା ଟ୍ରାଫିକ୍ ଜାମ୍ । ରାସ୍ତାରେ ଅଟକି ରହିଲା ଶତାଧିକ ଗାଡ଼ି । ଯେତେ ହର୍ଣ୍ଣ ମାରିଲେ ମଧ୍ୟ ଉଠିଲେ ନାହିଁ କି ରାସ୍ତା ଦେଲେ ନାହିଁ । ମଦର ନିଶା ଏମିତି ଥିଲା କି ରାସ୍ତା ଉପରେ ହିଁ ଶୋଇ ପଡ଼ିଥିଲେ ଯୁବତୀ । ଏମିତି ଘଟଣା ଘଟିଛି ମହାରାଷ୍ଟ୍ରରେ । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । କାରଣ ବର୍ତ୍ତମାନ ଟ୍ରାଫିକ୍ କଟକଣା ଯେମିତି ଭାବରେ ରହିଛି, ରାସ୍ତା ଉପରେ ଏମିତି କାମ କରିବାକୁ କେମିତି ସାହାସ କଲେ ଯୁବତୀ । ମାତାଲ ଯୁବତୀଙ୍କୁ ରାସ୍ତା ଉପରେ ଏମିତି ଅବସ୍ଥାରେ ଦେଖି ଗାଡ଼ି ଚାଳକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଣ କରିବେ, କେମିତି ତାଙ୍କୁ ରାସ୍ତା ଉପରୁ ଉଠାଇବେ ସେନେଇ ତାଙ୍କ କାହାର ମୁଣ୍ଡ କିଛି କାମ କରୁନଥିଲା । ଆଉ ମାତାଲ ଯୁବତୀ ଜଣକ ରାସ୍ତା ଉପରେ ଯେଉଁ ହରକତ୍ କରିବା ଆରମ୍ଭ କଲେ ତାହା ଆହୁରି ଚିନ୍ତା ଜନକ ଥିଲା । କେତେବେଳେ ରାସ୍ତା ଉପରେ ବସି ପଡ଼ୁଥିଲେ ପୁଣି କେତେବେଳେ ଶୋଇ ପଡ଼ୁଥିଲେ । କେବଳ ଏତିକି ନୁହେଁ ବରଂ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇବା ଲାଗି ଚେଷ୍ଟା ମଧ୍ୟ କରୁଥିଲେ । ଆଉ ଏହାରି ମଧ୍ୟରେ ଯୁବତୀଙ୍କର ଏପରି କାର୍ଯ୍ୟର କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲା । ଆଉ ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ନିଜର ଭିଡ଼ିଓ ହେଉଥିବା କଥା ଜାଣିବା ପରେ ଜୋରରେ ପାଟି କରିବାକୁ ଲାଗିଥିଲେ । କେବଳ ପାଟି କରିଥିଲେ ତାହ ନୁହେଁ ବରଂ ଭିଡ଼ିଓ ବନ୍ଦ କରିବାକୁ କହୁଥିଲେ । କିଛି ଲୋକ ତଙ୍କୁ ରାସ୍ତାରୁ ହଟିଯିବା ପାଇଁ ବାରମ୍ବାର କହୁଥିଲେ କିନ୍ତୁ କୌଣସି ଲାଭ ହେଲା ନାହିଁ । କାରଣ ସେ ଉଠିକି ଯିବାର ଅବସ୍ଥାରେ ହିଁ ନଥିଲେ । ନିଶାର ମାତ୍ରା ଏତେ ଅଧିକ ରହିଥିଲା ଯେ, ନିଜେ ଚାଲିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ଆଶ୍ଚର୍ଯ୍ୟର କଥା, ଯେତେବେଳେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା ପୋଲିସ ଉତ୍ତରରେ କହିଥିଲା ଘଟଣା କେତେବେଳୁ ହୋଇଛି । ଆମ ପାଖରେ ତ କିଛି ଖବର ନାହିଁ । ପୋଲିସର ଏହି ଉତ୍ତର ସାଧାରଣ ଜନତା ନାପସନ୍ଦ କରିଛନ୍ତି । ସେ ଯାହା ବି ହେଉ ନିଶାଶକ୍ତ ଯୁବତୀଙ୍କ ଭିଡ଼ିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking