31.1 C
Bhubaneswar
Sunday, May 19, 2024
Homeଓଡିଶାକୋହ ଭରା କଣ୍ଠରେ ମା’ର ନିବେଦନ: ମୋ ଝିଅକୁ ବଞ୍ଚାଇ ଦିଅ

କୋହ ଭରା କଣ୍ଠରେ ମା’ର ନିବେଦନ: ମୋ ଝିଅକୁ ବଞ୍ଚାଇ ଦିଅ

ବରଗଡ଼ : ବୃଦ୍ଧା ମା’ ଟି କୋହଭରା କାନ୍ଦ ସହିତ ହାତଯୋଡି ଜନସାଧାରଣଙ୍କୁ ସାହାଯ୍ୟର ଭିକ୍ଷା ମାଗୁଛନ୍ତି , କାନ୍ଦି କାନ୍ଦି ସରକାରଙ୍କୁ କାକୁତି ମିନତୀ କରିଛନ୍ତି । ମୋ ଝିଅକୁ ବଞ୍ଚାଇଦିଅ, ଟିକେ ମୋତେ ସାହାଯ୍ୟ କର । ରୋଜଗାର କ୍ଷମ ୩୦ ବର୍ଷର ଝିଅକୁ କ୍ୟାନ୍ସର ରୋଗ ହେବାପରେ ଗରିବ ପରିବାର ଉପରେ ଦୁଃଖର ପାହାଡ ପଡିଯାଇଛି । ଗୋଟେ କୁଡିଆ ଘରେ ୮ ଜଣ ସଦସ୍ୟ ଦୁଃଖ କଷ୍ଟରେ ରହି ଦିନ କାଟୁଥିଲେ ମଧ୍ୟ କେବେ ବି କାହା ପାଖରେ ହାତ ପତାଇନଥିବା ଗରିବ ପରିବାର ଏବେ କିନ୍ତୁ ଆଉ କୌଣସି ଉପାୟ ନପାଇ ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି । ବରଗଡ଼ ୧୫ ନମ୍ବର ୱାର୍ଡ଼ ଗଣେଶ ମନ୍ଦିର ନିକଟରେ ଗୋଟେ କୁଡ଼ିଆ ଭିତରେ ବାସ କରନ୍ତି ୮ ଜଣ ସଦସ୍ୟ । ପରିବାର ପୋଷଣ ପାଇଁ ରୋଜଗାର କରୁଥିଲେ ଦୁଇ ଭାଇ ଭଉଣୀ । ଭାଇ ଶ୍ୟାମ ସୁନ୍ଦର ସୁନା ଜଣେ ପେଣ୍ଟର ଭାବେ କାମ କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ତାଙ୍କ ୩୦ ବର୍ଷର ଭଉଣୀ ସୁନିତା ସୁନା ବରଗଡ଼ର ଏକ କପଡ଼ା ଦୋକାନରେ କାମ କରି ପରିବାରକୁ ସାହାଯ୍ୟ କରୁଥିଲେ । ଆଜି କିନ୍ତୁ ସୁନିତା କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଥିବା ବେଳେ ଆଉ ପରିବାରକୁ ସାହାଯ୍ୟ କରିପାରୁନାହାନ୍ତି । ଏପରିକି ଭାଇ ନିଜେ ମଧ୍ୟ ଭଉଣୀର ଚିକିତ୍ସା ପାଇଁ ଘରର ସମସ୍ତ ସାମଗ୍ରୀ ବିକ୍ରି କରିଦେଇ ହାତ ଖାଲି କରିଦେଇଛନ୍ତି । ଘରେ ୪ଜଣ ପିଲାଛୁଆଙ୍କ ପାଇଁ ପେଟପୂରା ଖାଦ୍ୟ ଯୋଗେଇଦେବା ଅସମ୍ଭବ ହୋଇପଡିଛି ଏହି ପରିବାର ପାଇଁ । ଅନ୍ୟପଟେ ଏପରି ଦୁଃଖଦ ପରିସ୍ଥିତିରେ ରାସ୍ତା କଡରେ ରହୁଥିବା ତାଙ୍କ କୁଡିଆ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ଶେଷରେ ବହୁ କଷ୍ଟରେ ଅର୍ଦ୍ଧ ନିର୍ମିତ ଜରିପାଲ ଘରେ ପରିବାରର ୮ ଜଣ ସଦସ୍ୟ ରହୁଛନ୍ତି । ସୁନିତାଙ୍କର ପେଟରେ କ୍ୟାନ୍ସର ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି । ସେ ବର୍ତମାନ ବୁର୍ଲାରେ ଭର୍ତ୍ତି ହୋଇଛନ୍ତି । ସୁନିତାଙ୍କୁ ‘ଓ’ ପଜିଟିଭ୍ ରକ୍ତ ଦରକାର ଥିବାବେଳେ ସଂକଳ୍ପ ପରିବାର ବୁର୍ଲାରେ ରକ୍ତ ଯୋଗେଇଦେଇଛି । ଅତି ଶୋଚନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ।ମୋ ଝିଅକୁ ବଞ୍ଚାଇ ଦିଅ, କୋହ ଭରା କଣ୍ଠରେ ମା’ର ନିବେଦନ

ବରଗଡ଼ : ବୃଦ୍ଧା ମା’ ଟି କୋହଭରା କାନ୍ଦ ସହିତ ହାତଯୋଡି ଜନସାଧାରଣଙ୍କୁ ସାହାଯ୍ୟର ଭିକ୍ଷା ମାଗୁଛନ୍ତି , କାନ୍ଦି କାନ୍ଦି ସରକାରଙ୍କୁ କାକୁତି ମିନତୀ କରିଛନ୍ତି । ମୋ ଝିଅକୁ ବଞ୍ଚାଇଦିଅ, ଟିକେ ମୋତେ ସାହାଯ୍ୟ କର । ରୋଜଗାର କ୍ଷମ ୩୦ ବର୍ଷର ଝିଅକୁ କ୍ୟାନ୍ସର ରୋଗ ହେବାପରେ ଗରିବ ପରିବାର ଉପରେ ଦୁଃଖର ପାହାଡ ପଡିଯାଇଛି । ଗୋଟେ କୁଡିଆ ଘରେ ୮ ଜଣ ସଦସ୍ୟ ଦୁଃଖ କଷ୍ଟରେ ରହି ଦିନ କାଟୁଥିଲେ ମଧ୍ୟ କେବେ ବି କାହା ପାଖରେ ହାତ ପତାଇନଥିବା ଗରିବ ପରିବାର ଏବେ କିନ୍ତୁ ଆଉ କୌଣସି ଉପାୟ ନପାଇ ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି । ବରଗଡ଼ ୧୫ ନମ୍ବର ୱାର୍ଡ଼ ଗଣେଶ ମନ୍ଦିର ନିକଟରେ ଗୋଟେ କୁଡ଼ିଆ ଭିତରେ ବାସ କରନ୍ତି ୮ ଜଣ ସଦସ୍ୟ । ପରିବାର ପୋଷଣ ପାଇଁ ରୋଜଗାର କରୁଥିଲେ ଦୁଇ ଭାଇ ଭଉଣୀ । ଭାଇ ଶ୍ୟାମ ସୁନ୍ଦର ସୁନା ଜଣେ ପେଣ୍ଟର ଭାବେ କାମ କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ତାଙ୍କ ୩୦ ବର୍ଷର ଭଉଣୀ ସୁନିତା ସୁନା ବରଗଡ଼ର ଏକ କପଡ଼ା ଦୋକାନରେ କାମ କରି ପରିବାରକୁ ସାହାଯ୍ୟ କରୁଥିଲେ । ଆଜି କିନ୍ତୁ ସୁନିତା କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଥିବା ବେଳେ ଆଉ ପରିବାରକୁ ସାହାଯ୍ୟ କରିପାରୁନାହାନ୍ତି । ଏପରିକି ଭାଇ ନିଜେ ମଧ୍ୟ ଭଉଣୀର ଚିକିତ୍ସା ପାଇଁ ଘରର ସମସ୍ତ ସାମଗ୍ରୀ ବିକ୍ରି କରିଦେଇ ହାତ ଖାଲି କରିଦେଇଛନ୍ତି । ଘରେ ୪ଜଣ ପିଲାଛୁଆଙ୍କ ପାଇଁ ପେଟପୂରା ଖାଦ୍ୟ ଯୋଗେଇଦେବା ଅସମ୍ଭବ ହୋଇପଡିଛି ଏହି ପରିବାର ପାଇଁ । ଅନ୍ୟପଟେ ଏପରି ଦୁଃଖଦ ପରିସ୍ଥିତିରେ ରାସ୍ତା କଡରେ ରହୁଥିବା ତାଙ୍କ କୁଡିଆ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ଶେଷରେ ବହୁ କଷ୍ଟରେ ଅର୍ଦ୍ଧ ନିର୍ମିତ ଜରିପାଲ ଘରେ ପରିବାରର ୮ ଜଣ ସଦସ୍ୟ ରହୁଛନ୍ତି । ସୁନିତାଙ୍କର ପେଟରେ କ୍ୟାନ୍ସର ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି । ସେ ବର୍ତମାନ ବୁର୍ଲାରେ ଭର୍ତ୍ତି ହୋଇଛନ୍ତି । ସୁନିତାଙ୍କୁ ‘ଓ’ ପଜିଟିଭ୍ ରକ୍ତ ଦରକାର ଥିବାବେଳେ ସଂକଳ୍ପ ପରିବାର ବୁର୍ଲାରେ ରକ୍ତ ଯୋଗେଇଦେଇଛି । ଅତି ଶୋଚନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking