31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶମୋଦିଙ୍କୁ ଚିଠି ଲେଖିଲେ ନୀତିଶ କୁମାର

ମୋଦିଙ୍କୁ ଚିଠି ଲେଖିଲେ ନୀତିଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ନାଳନ୍ଦା, ଗୟା, ଜହାନାବାଦ ଓ ପାଟନା ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି । ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହା ମଧ୍ୟରେ ସେ କହିଥିଲେ ଯେ, ସ୍ଥିତି ଭଲ ନାହିଁ । ସତର୍କ ରହିବା ଆବଶ୍ୟକ ରହିଛି । ଗଙ୍ଗା ଜଳସ୍ତର ଯଦି ଆଉ ବଢେ ତେବେ ଚିନ୍ତା ଆହୁରି ବଢିପାରେ । କାରଣ ଜଳ ନିଷ୍କାସନର କୌଣସି ବିକଳ୍ପ ନାହିଁ ।
ପିଏମ ମୋଦିଙ୍କ ସହ ସାକ୍ଷାତ ପାଇଁ ସମୟ ନେଇ ପତ୍ର ଲେଖିଛନ୍ତି ବୋଲି କହିଥିଲେ । ସାକ୍ଷାତ ସମୟରେ ସେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବେ । କହିରଖୁଛୁ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ବନ୍ୟା ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ଦେଖିଛନ୍ତି । ବନ୍ୟାରେ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିବା ସେ କହିଛନ୍ତି । ସେ ଡିଏମ ପାଟନା ଓ ନାଳନ୍ଦାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନିଜେ ଯାଇ ସେ ସ୍ଥିତି ଦେଖନ୍ତୁ । ପାଟନା ସ୍ଥିତି ବି ଖରାପ ହୋଇପାରେ । ସତର୍କ ରହିବା ଜରୁରୀ । ଚାଷ ଅନେକ ନଷ୍ଟ ହୋଇଛି । ଚାଷୀଙ୍କ କ୍ଷତିର ଆକଳନ କରି ଉଚିତ ସହାୟତା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking