28.1 C
Bhubaneswar
Friday, May 3, 2024
HomeUncategorizedସାଇବର ଠକେଇ ରୋକିବାକୁ ହେଲପ ଡେସ୍କ

ସାଇବର ଠକେଇ ରୋକିବାକୁ ହେଲପ ଡେସ୍କ

ଭୁବନେଶ୍ୱର, (ଓଏନଏ): ସାଇବର ଠକେଇ ରୋକିବାକୁ କମିଶନରେଟ ପୋଲିସ ହେଲପ ଡେସ୍କ ଜାରି କରିଛି । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡରେ ଆରମ୍ଭ ହୋଇଛି ହେଲ୍ପ ଡେସ୍କ । ପ୍ରାରମ୍ଭିକ ଭାବରେ ଜଣେ ସବ ଇନସ୍ପେକ୍ଟର ଓ ୭ ଜଣ କନେଷ୍ଟବଳଙ୍କୁ ଦାୟିତ୍ୱ ଦିଆଯାଇଛି । ଠକେଇର ଶିକାର ହେଲେ ୧ ଘଣ୍ଟା ମଧ୍ୟରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ମହିଳାଙ୍କୁ ହଇରାଣ କରୁଥିବା ଫୋନ କଲ୍ ନେଇ ଜଣାଇ ପାରିବେ । ହେଲ୍ପ ଲାଇନ ନମ୍ବର ୭୪୪୦୦୦୬୭୦୯ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ସମୟରେ ଲୋକେ ସାଇବର ଠକେଇର ଶିକାର ହେଉଥିବା ଖବର ସାମ୍ନାକୁ ଆସୁଛି । ହ୍ୟାକରମାନେ ବିଭିନ୍ନ ପ୍ରକାର କୌଶଳ ଆପଣାଇ ଲୋକଙ୍କୁ ଠକୁଛନ୍ତି । ସେଥିପାଇଁ ଏହା ରୋକିବାକୁ ଆରମ୍ଭ କରାଯାଇଛି ହେଲ୍ପ ଡେସ୍କ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking