28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗବାର୍ଡ ଫ୍ଲୁ: ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌

ବାର୍ଡ ଫ୍ଲୁ: ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର: ବାର୍ଡ ଫ୍ଲୁ ସତର୍କତା ପାଇଁ ଖୋଲିଛି ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍ । ବାର୍ଡ ଫ୍ଲୁ ସଂପର୍କିତ ତଥ୍ୟ କିମ୍ବା ଅସ୍ୱାଭାବିକ ପକ୍ଷୀ ମଡକ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନମ୍ବର ହେଉଛି-୦୬୭୧ ୨୪୧୪୩୧୦, ୭୯୭୮୧୦୫୫୩୮, ୯୪୩୭୩୧୩୧୮୩ । ରାଜ୍ୟରେ ସମ୍ଭାବ୍ୟ ବାର୍ଡ ଫ୍ଲୁ ଭୟକୁ ନେଇ ଆଗୁଆ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହି ମହାମାରୀ ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ୍ ଓ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ , ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବାର୍ଡ ଫ୍ଲୁ ମାମଲା ଚିହ୍ନଟ କରାଯାଇ ନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଗୋଟିଏ ବି ମାମଲା ପଜିଟିଭି ଆସି ନାହିଁ । ତେବେ ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଖବର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking