28.1 C
Bhubaneswar
Saturday, April 27, 2024
Homeଓଡିଶାଆସନ୍ତା ୨୪ଘଣ୍ଟା ପ୍ରବଳ ବର୍ଷିବ

ଆସନ୍ତା ୨୪ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ଘନୀଭୂତ  ହୋଇଥିବାବେଳେ ଆଉ ଏକ ଲଘୁଚାପ ଅଗଷ୍ଟ ୯ତାରିଖରେ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି କରିବା ସହ ଲଘୁଚାପଜନିତ ବର୍ଷା ଯୋଗୁ ଉପୁଜିବାକୁ ଥିବା ସ୍ଥିତି ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମସ୍ତ ବିଭାଗର ସଚିବ, ଆରଡିସି, ପୁଲିସ ପ୍ରଶାସନ, ଏନଡିଆରଏଫ ଓ ଓସଡ଼ମା ନିର୍ବାହୀ ନିର୍ଦ୍ଦେଶକଙ୍କୁ ମଧ୍ୟ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି।
ଶ୍ରୀ ଜେନା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ପାଣିପାଗ ବିଭାଗ ସ୍ୱତନ୍ତ୍ର ବୁଲେଟିନ୍ ଅନୁସାରେ ବଙ୍ଗୋପସାଗର ଉତ୍ତର-ପଶ୍ଚିମ ଭାଗରେ ଏକ ଲଘୁଚାପ ଘନୀଭୂତ ହୋଇଛି। ଆଉ ଏକ ଲଘୁଚାପ ବଙ୍ଗୋପସାଗରର ଉତ୍ତର ଦିଗରେ ଆସନ୍ତା ୯ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ବୋହିବା ସହ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡ଼ିକରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସହରାଂଚଳରେ ଜଳବନ୍ଦୀ ଅଂଚଳ ସହ ସମସ୍ତ ପ୍ରକାରର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ଷା ପାଇଁ ୧୦ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୦ଜିଲ୍ଳା ଗୁଡ଼ିକ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ଅନୁଗୁଳ । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୧ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବାଲେଶ୍ୱର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking