29.1 C
Bhubaneswar
Saturday, April 27, 2024
Homeଓଡିଶା୪ ଜିଲ୍ଲାରେ ପ୍ରବଳ ବର୍ଷିବ

୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଂଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ବଜ୍ରପାତ ନେଇ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଜିଲ୍ଲା ସାମିଲ ରହିଛି । ଲଗାତାର ଭାବେ ରାଜ୍ୟରେ ଗତ ଦୁଇ ତିନି ଦିନ ହେବ ବର୍ଷା ହେଉଛି। ହେଲେ କିଛି କିଛି ସ୍ଥାନରେ ବର୍ଷା ହେଉଥିବାବେଳେ ଆଉ କିଛି ସ୍ଥାନରେ ବର୍ଷାର ଦେଖା ନାହିଁ। ଫଳପୂର୍ବକ ଅନେକ ସ୍ଥାନରେ ମରୁଡି ପରିସ୍ଥିତି ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking