28.1 C
Bhubaneswar
Saturday, April 27, 2024
Homeଓଡିଶାତେଲକୋଇ ରେ ରାତି ତମାମ ବର୍ଷା,ଯୋଗାଯୋଗ ବିଛିନ୍ନ

ତେଲକୋଇ ରେ ରାତି ତମାମ ବର୍ଷା,ଯୋଗାଯୋଗ ବିଛିନ୍ନ

ତେଲକୋଇ: ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ତେଲକୋଇ ର ବିଭିନ୍ନ ନଇ ନାଳର ପୋଲ ଉପରେ ବର୍ଷା ଜଳ ପ୍ରଭଭାହିତ ହେଉଛି । ବିଭିନ୍ନ ଗାଁ କୁ ଯୋଗାଯୋଗ ବିଛିନ୍ପ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବିଭିନ୍ନ ନଈରେ ବଢ଼ି ଆସିଥିବା ବେଳେ କରଦାଙ୍ଗି ଗାଁ ପାଖ ଘୁରୁଡିଆ ନଈ ର ପୋଲ ଉପରେ ପ୍ରାୟ ୩ ଫୁଟର ପାଣି ଚାଲୁଛି ।ଫଳରେ ନଈ ସେପଟେ ଥିବା ୭ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି ।
ସରେଇ,ଚକଧର,କରଦାଙ୍ଗି, ଆମ୍ବତଇଲା,କମଳାବଣି,କ୍ଷେତ୍ରାମୁଣ୍ଡା,ଖଳିଢିପ, ଆଦି ଗାଁ କୁ ଯୋଗାଯୋଗ ବିଛିନ୍ନ ହୋଇ ଥିବାବେଳେ ରାଇସୁଆଁ ପଞ୍ଚାୟତ ର ଖଣ୍ଡାଧୁଆ ନାଳ ପୋଲ ଉପରେ ୩ ଫୁଟର ବର୍ଷା ଜଳ୍ ପ୍ରଭାହିତ ହେଉଥିବା ରୁ ୬ଟି ଗାଁ ରାଇସୁଆଁ ପଞ୍ଚାୟତ ରୁ ବିଛିନ୍ନ ହୋଇ ପଡିଛି ।ପଞ୍ଚାୟତର ,ପାଳସାହି, ମାର୍ଦ୍ଦା, ରୁଢଙ୍ଗ,ଭାଲୁଦରି, ବରବାହାଳି ଆଦି ଗାଁ ଲୋକେ ପ୍ରଭାବିତ ହୋଇଛନ୍ତି । ଅତ୍ୟାବଶ୍ୟକ ସେବା ଏମାନଙ୍କ ପାଇଁ ଅପହଁଞ୍ଚ ହୋଇ ପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking