39.1 C
Bhubaneswar
Friday, April 26, 2024
Homeଖେଳମେସି ଛାଡ଼ିବେ ବର୍ସିଲୋନା

ମେସି ଛାଡ଼ିବେ ବର୍ସିଲୋନା

ମାଡ୍ରିଡ୍‌: ଫୁଟ୍‌ବଲ୍‌ ଦୁନିଆର ଅନ୍ୟତମ ମହାନ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସିଙ୍କୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକପ୍ରକାର ଅବସାନ ଘଟିଛି। ଜୀବନସାରା ବାର୍ସିଲୋନା ପାଇଁ ଖେଳିଥିବା ମେସି ଦୀର୍ଘ ୧୭ ବର୍ଷର ସମ୍ପର୍କକୁ ଛିଡ଼ାଇବାକୁ ଯାଉଛନ୍ତି। ଏ ସମ୍ପର୍କରେ‌ ସେ କ୍ଲବ୍‌କୁ କହିସାରିଥିବା ଖବର ମିଳିଛି। ବିନା ଟ୍ରାନ୍ସଫର୍‌ ଫି’ ସହ ସେ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ତେବେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ମେସି ମୁହଁ ଖୋଲି ନାହାନ୍ତି।
ମେସି କିଛି ଦିନ ହେବ କୌଣସି ବି ଟ୍ରଫି ଜିତି ପାରି ନଥିଲେ । ଏହି କାରଣରୁ ସେ ହତାସ ଥିଲେ । ତେବେ ବାର୍ସିଲୋନା ଏସୋସିଏଟେଡ଼ ପ୍ରେସର ଏକ ସମ୍ମିଳନୀରେ ସେ କ୍ଲବ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାୟ ଦୁଇ ଦଶନ୍ଧି ଧରି ଫୁଟବଲ ଫିଲ୍ଡରେ ନିଜ କରିସ୍ମା ଦେଖାଇଥିଲେ ।ଆର୍ଜେଣ୍ଟିନା ପାଇଁ ୧୩୮ ମ୍ୟାଚ୍‌ ଖେଳି ୭୦ ଗୋଲ୍ ଦେଇଥିବା ୩୩ ବର୍ଷୀୟ ମେସି କ୍ଲବ୍‌ ପାଇଁ ୬୩୪ ଗୋଲ, ୬୦୯ ସହାୟ କରିଥିଲେ। ଗୋଟିଏ ଋତୁରେ ସର୍ବାଧିକ ସଫଳତା ୧୦୮ (ଗୋଲ୍‌+ସହାୟ) ମଧ୍ୟ ମେସିଙ୍କ ନାମରେ ରହିଛି। ବହୁ ଦୂରରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ (୮୪)। ମେସି ନିଜ ଖେଳ ଜୀବନରେ ସର୍ବାଧିକ ୬ ଥର ବାଲନ୍ ଡି’ଓର୍‌ ପୁରସ୍କାର ପାଇବାର ଗୌରବ ପାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking