29.1 C
Bhubaneswar
Friday, April 26, 2024
Homeଓଡିଶାପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି ।ଏନେଇ ରାୟଗଡ଼ା ଜେଲ କର୍ତ୍ତୃପକ୍ଷ ଏନେଇ ଅନୁପଙ୍କ ବଡ଼ ଭାଇଙ୍କୁ ସୂଚନା ଦେଇଛନ୍ତି । ତାଙ୍କର ଛାତିରେ ଯନ୍ତ୍ରଣା ଯୋଗୁଁ ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି ।
ସୂଚନା ଅନୁଯାୟୀ , ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଜନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ଭାବେ କଂଗ୍ରେସରୁ ଟିକେଟ ପାଇ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ମସିହା ଅପ୍ରେଲ ମାସରେ ମା ଓ ଝିଅଙ୍କ ଡ଼ବଲ ମର୍ନର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲରେ ଅଛନ୍ତି । ଫେବୃଆରୀ ୧୨ରେ ଅନୁପଙ୍କୁ ଗିରଫ କରିଥିଲା ପୋଲିସ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking