32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଅନୁଭବ-ବର୍ଷା ବିବାଦ: ଅକ୍ଟୋବର ୧୨କୁ ଶୁଣାଣି ଘୁଞ୍ଚିଲା

ଅନୁଭବ-ବର୍ଷା ବିବାଦ: ଅକ୍ଟୋବର ୧୨କୁ ଶୁଣାଣି ଘୁଞ୍ଚିଲା

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ଘରୋଇ ହିଂସା ମାମଲାର ଶୁଣାଣି ଘୁଞ୍ଚିଲା । ଏନେଇ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି । ଡିଆଇଆର ରିପୋର୍ଟ ଦାଖଲ ହୋଇନଥିବାରୁ ଏହି ମାମଲାର ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚିଛି । ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।

ବର୍ଷା କହିଛନ୍ତି , ଅନୁଭବ ହେଉଛନ୍ତି ଜଣେ ମଦ୍ୟପ ଏବଂ ମଧୁମେହ ରୋଗୀ । ମୋ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ରୁମରେ ମଦ୍ୟପାନ କରନ୍ତି । ଏବଂ ମୋତେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି । ହେଲେ ମୁଁ ବିରୋଧ କରିବାରୁ ମୋତେ ଧକ୍କା ମାରି ନିଜ ଘରୁ ବାହାର ମଧ୍ୟ କରିଦେଇଛନ୍ତି । ଖାଲି ଏତିକି ନୁହେଁ, ବରଂ ସିନେମା ଜଗତର ଅନ ଝିଅମାନଙ୍କ ସହ ଅନୁଭବଙ୍କର ସଂପର୍କ ରହିଛି । ତେବେ ନିଜ ଅଭିଯୋଗରେ ବର୍ଷା ଅନୁଭବଙ୍କ ନିକଟରୁ ଘର ଭଡା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟରେ ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking