27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶହରିଦ୍ୱାର କୁମ୍ଭରେ ଅସଂଖ୍ୟ ଭିଡ; କୋଭିଡ ନିୟମ ଉଲ୍ଲଂଘନ

ହରିଦ୍ୱାର କୁମ୍ଭରେ ଅସଂଖ୍ୟ ଭିଡ; କୋଭିଡ ନିୟମ ଉଲ୍ଲଂଘନ

ନୂଆଦିଲ୍ଲୀ: ହରିଦ୍ୱାର ଶାହି ସ୍ନାନରେ ଆଜି ଦ୍ୱିତୀୟ ଶାହି ସ୍ନାନ ହୋଇଛି । ଏହି ଶାହି ସ୍ନାନରେ ଲକ୍ଷ ଲକ୍ଷ ସାଧୁସନ୍ଥ ବୁଡ ପକାଇଛନ୍ତି । ଶାହି ସ୍ନାନ ମଧ୍ୟରେ କରୋନା ନିୟମର ଉଲ୍ଲଂଘନ ମଧ୍ୟ ହୋଇଛି । ଅନେକ ସାଧୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବି କରୋନା ନିୟମ ପାଳନ କରାଇବାରେ ଉତ୍ତରାଖଣ୍ଡ ପୋଲିସ ଅକ୍ଷମ ବୋଲି ପରିଲକ୍ଷିତ ହୋଇଛି । ଡିଏମ ମେଲା ଦୀପକ ରାବତ କହିଛନ୍ତି, ସମସ୍ତ ବ୍ୟବସ୍ଥା କରାଯାଇଛି । ୫୦ ହଜାର ଲୋକଙ୍କ ଟେଷ୍ଟ କରାଯାଇଛି । ଅନେକ ସାଧୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଗକୁ ବି ଟେଷ୍ଟ କରାଯିବ । ଏହା ଚୟାଲେଞ୍ଜପୂର୍ଣ୍ଣ ମାତ୍ର ଏହା ମଧ୍ୟ ନିଶ୍ଚିତ ହେବାର ଅଛି ଯେ, ଲୋକେ ପ୍ରୋଟୋକୋଲ ମାନୁଛନ୍ତି ନା ନାହିଁ ।
ଗହଳି ହେବା କାରଣରୁ ଅନେକ ସ୍ଥାନରେ ପ୍ରୋଟୋକୋଲର ନିୟମ ଉଲ୍ଲଂଘନ ହେଉଥିବା ଜଣାପଡିଛି । ସାମାଜିତ ଦୂରତା ବଜାୟ ରହୁଛି ନା କେହି ମାସ୍କ ପିନ୍ଧୁଥିବା ଦେଖାଯାଉଛି । କୁମ୍ଭ ମେଳା ଆଇଜି ସଂଜୟ ଗୁଂଜ୍ୟାଲ କହିଛନ୍ତି, ଶାହି ସ୍ନାନରେ ୭ଟାରୁ ସାଧାରଣ ଲୋକଙ୍କୁ ଶାହି ସ୍ନାନ ପାଇଁ ଅନୁମତି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଲୋକଙ୍କୁ କୋଭିଡ ନିୟମ ପାଳନ ପାଇଁ ବାରମ୍ବାର କହୁଛୁ । ମାତ୍ର ଭିଡ କାରଣରୁ ଆଜି ଚାଲାଣ ଜାରି କରିବା ବ୍ୟାବହାରିକ ରୂପରେ ସମ୍ଭବ ନୁହେଁ । ଘଟରେ ସାମାଜିକ ଦୂରତା ପାଳନ ହେଉଥିବା ସୁନିଶ୍ଚିତ କରିବା ମୁସ୍କିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking