32.1 C
Bhubaneswar
Thursday, March 28, 2024
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗର ଅଧା ନିର୍ବାଚନରେ ଟିଏମସି ସଫା ହୋଇସାରିଛି : ପ୍ରଧାନମନ୍ତ୍ରୀ ମୋଦୀ

ପଶ୍ଚିମବଙ୍ଗର ଅଧା ନିର୍ବାଚନରେ ଟିଏମସି ସଫା ହୋଇସାରିଛି : ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ବର୍ଦ୍ଧମାନ ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋନ୍ଧିତ କରି କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ର ପ୍ରଥମ ୪ ଟି ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟିର ଶତକ ହୋଇସାରିଛି ଓ ଟିଏମସି ସଫା ହୋଇସାରିଛି । ପଶ୍ଚିମବଙ୍ଗରେ ମୋଟ ୮ ଟି ପର୍ଯ୍ୟାୟରେ ମତଦାନ ହେବ । ସେଥିରୁ ମୋଟ ୪ ଟି ପର୍ଯ୍ୟାୟରେ ନିର୍ବାଚନ ସରିଛି ଓ ଆଉ ୪ ଟି ପର୍ଯ୍ୟାୟରେ ବାକି ଅଛି । ପ୍ରଥମ ଚରଣରେ ମୋଟ ୧୩୫ ଟି ସିଟ ପାଇଁ ମତଦାନ ସରିଛି ।

ସୋମବାର ବର୍ଦ୍ଧମାନରେ ଅନୁଷ୍ଠିତ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲୋକଙ୍କ ପ୍ରତି କ୍ରୋଧ ଓ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଉଛି , ମମତା ଦିଦି ହାରୁଛନ୍ତି । , ଯେଉଁଥିପାଇଁ ତାଙ୍କଠାରେ ତିକ୍ତତା ବଢୁଛି । । ଏହାର କାରଣ କ’ଣ ମୁଁ ଜାଣିଛି । କାରଣ ହେଉଛି ପଶ୍ଚିମବଙ୍ଗରେ ହୋଇସାରିଥିବା ଅଧା ନିର୍ବାଚନରେ ଟିଏମସି ସଫା ହୋଇସାରିଛି । ଯିଏ ଆପଣଙ୍କ ସହ ଖେଳ କରିବା ପାଇଁ ଭାବୁଥିଲେ ତାଙ୍କ ସହିତ ଖେଳ ହୋଇଗଲା’ ।

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ମମତା ଦିଦିଙ୍କୁ ଜଣା ଅଛିଯେ, ଯେଉଁ ଦଳ ପଶ୍ଚିମବଙ୍ଗରୁ ବାହାରି ଯାଇଛି ସେ ଆଉ କେବେ ଫେରିନାହିଁ । ଦିଦିଙ୍କୁ ଏହା ମଧ୍ୟ ଜଣାଅଛି ଯେ, ଏଠାରେ କଂଗ୍ରେସ ଓ ବାମ ଦଳ ସରକାରରୁ ବାହାରକୁ ଯାଉଥିଲେ ଓ ଫେରି ନଥିଲେ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking