26.1 C
Bhubaneswar
Wednesday, May 8, 2024
Homeରାଜନୀତିମମିତା ମେହେର ହତ୍ୟା ପ୍ରସଙ୍ଗକୁ ଚପାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆପ୍ରାଣ ଉଦ୍ୟମ କରୁଛନ୍ତି । ତାରା...

ମମିତା ମେହେର ହତ୍ୟା ପ୍ରସଙ୍ଗକୁ ଚପାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆପ୍ରାଣ ଉଦ୍ୟମ କରୁଛନ୍ତି । ତାରା ପ୍ରସାଦ ବାହିନୀ ପତି – ବିଧାୟକ ଜୟପୁର

*“ଦରଦାମ ବୃଦ୍ଧି” ମୋଦି-ନବୀନ ପ୍ରାୟୋଜିତ*

ଭୁବନେଶ୍ୱର – ଆଜି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତଥା କଂଗ୍ରେସ ମୁଖପାତ୍ର ଶ୍ରୀ ତାରା ପ୍ରସାଦ ବାହିନୀପତି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନିୟନ୍ତ୍ରୀତ ଦରଦାମ ଏବଂ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ସମାଲୋଚନା କରିଥିଲେ । ମମିତା ମେହର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଚିଣ୍ଡା ଗସ୍ତକୁ କୁଚିଣ୍ଡା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରୁଥିବା ବେଳେ ବିଜେଡ଼ି ଗୁଣ୍ଡାମାନେ ପୋଲିସ ଉପସ୍ଥିତିରେ କୁଚିଣ୍ଡା ଯୁବ କଂଗ୍ରେସ ସଭାପତିଙ୍କୁ ଯେଉଁ ମରଣନ୍ତାକ ଆକ୍ରମଣ କଲେ ତାହାକୁ ଶ୍ରୀ ବାହିନୀପତି ତୀବ୍ର ନିନ୍ଦା କରିବା ସହ ଏ ରାଜ୍ୟର ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି କହିଛନ୍ତି । ସେ କହିଥିଲେ ପୋଲିସ୍ ଡିଜିପି ଶ୍ରୀଯୁକ୍ତ ଅଭୟ ନିଜ ଦାୟୀତ୍ୱ ନିର୍ବାହ କରିବାରେ ଅକ୍ଷମ । ଏଣୁ ସେ ଚାକିରୀରୁ ଇସ୍ତଫା ଦେଇ ତୁରନ୍ତ ବିଶ୍ରାମ ଗ୍ରହଣ କରନ୍ତୁ । ଜଣେ ପାଂଚଥର ମୁଖ୍ୟମନ୍ତ୍ରୀଙ୍କର ହୀନମନ୍ୟତାକୁ ଶ୍ରୀ ବାହିନୀପତି ତୀବ୍ର ନିନ୍ଦା କରିଥିଲେ ।

ନବୀନ ବାବୁଙ୍କର “ମା’କୁ ସମ୍ମାନ” ଆହ୍ୱାନ ଏକ ପ୍ରତାରଣା ବୋଲି ସେ କହିଥିଲେ । ଏ ରାଜ୍ୟରେ ଦିନକୁ ୭ଜଣ ମହିଳା ଦୁଷ୍ମର୍ମର ଶୀକାର ହେଉଥିବା ବେଳେ ବର୍ଷରେ ମାତ୍ର ଦୁଇଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ନବୀନ ବାବୁ ଅପରାଧି ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଦିବ୍ୟଶଙ୍କର ମିଶ୍ର ନବୀନ ବାବୁଙ୍କ ବାହୁଛାୟା ତଳେ ସୁରକ୍ଷିତ । ସେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କର ବହିଷ୍କାର ଓ ଗିରଫ ଦାବି କରିବା ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଇସ୍ତଫା ଦାବି କରିଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ପରିଚାଳିତ ଏସଆଇଟି ତଦନ୍ତ ଘଟଣାର ଅନୁସନ୍ଧାନ କରୁ ବୋଲି ସେ କହିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାପକୁ ଲୁଚାଇବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏବେ ବିଜେଡ଼ିର ଶିଖରୁ ନଖ ପର୍ଯ୍ୟନ୍ତ ସମସ୍ତେ ଅଂଟା ଭିଡ଼ିଛନ୍ତି । ମାତ୍ର କଂଗ୍ରେସ ଦଳ ଦୋଷୀକୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ । ନବୀନ ବାବୁ ତାଙ୍କ ଶାସନକାଳ ମଧ୍ୟରେ ବେବିନା ଠାରୁ ପରୀ ପର୍ଯ୍ୟନ୍ତ କାହାର ପରିବାରକୁ ନ୍ୟାୟ ଦେଇ ନାହାନ୍ତି । କାହାର ପରିବାରକୁ ଭେଟି ଦୁଃଖରେ ଭାଗିଦାର ହୋଇନାହାନ୍ତି । ବରଂ ଏହି ହତ୍ୟାକାଣ୍ଡ ମାନଙ୍କରେ ସଂପୃକ୍ତ ଥିବା ତାଙ୍କ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ ପ୍ରୋତ୍ସାହନ ଓ ସୁରକ୍ଷା ଦେଇଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଏବେ ସାରା ରାଜ୍ୟ ଜଳୁଛି । ଏ ନିଆଁକୁ ନବୀନ ପଟ୍ଟନାୟକ ଲିଭେଇ ପାରିବେ ନାହିଁ । ଏଥିରେ ସେ ନିଜେ ଜଳିଯିବେ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ମୋଦି ଓ ନବୀନ ସରକାରର ଅବସ୍ଥାର ସାଦୃଶ୍ୟ ରହିଛି । ଓଡ଼ିଶାର ଗୃହରାଜ୍ୟ ମନ୍ତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ଜଡ଼ିତ ଥିବା ବେଳେ କେନ୍ଦ୍ରର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଷଡ଼ଯନ୍ତ୍ର କରି ୪ଜଣ ଚାଷୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି । ଉଭୟ ମୋଦି ଓ ନବୀନ ଦେଶରେ ଓ ରାଜ୍ୟରେ ହିଟଲରୀ ଶାସନ ଚଳାଇଛନ୍ତି । ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବାହିନୀପତି କହିଥିଲେ ଯେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ଏକ ହାସ୍ୟାସ୍ପଦ । କାରଣ ଓଡ଼ିଶାବାସୀ ଜାଣିଲେଣି ଯେ ମୋଦି ଓ ନବୀନ ଗୋଟିଏ ମୁଦ୍ରାରେ ଦୁଇଟି ପାଶ୍ୱର୍ ।
ଦରଦାମ ପ୍ରସଙ୍ଗ
ଆଜିର ଅନିୟନ୍ତ୍ରୀତ ଦରଦାମ ପ୍ରସଙ୍ଗ ସଂପର୍କରେ ଶ୍ରୀ ବାହିନୀ ପତି କହିଛନ୍ତି ଯେ ଏହା ମୋଦି-ନବୀନ ସରକାରର ପ୍ରାୟୋଜିତ ପରିସ୍ଥିତି । ଦୁହେଁ ସାଧାରଣ ଜନତାର ରକ୍ତ ଶୋଷଣ କରୁଛନ୍ତି । ଲୋକେ ଦରଦାମର ଚାପରେ ଯନ୍ତ୍ରଣାରରେ ଛଟପଟ ହେଉଥିବା ବେଳେ ଦୁଇ ସରକାର ଅତ୍ୟାବଶକୀୟ ସାମଗ୍ରୀ /ତୈଳ /ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବଢ଼ିଚାଲିଛି ।
ମନମୋହନ ସିଂ ସରକାରରେ ଅଶୌଧିତ ତୈଳଦର ଆର୍ନ୍ତଜାତୀକ ବଜାରରେ ବ୍ୟାରେଲ ପିଛା ୧୧୦ ଡଲାର ଥିବା ବେଳେ ଭାରତରେ ପେଟ୍ରୋଲ ଡର ଲିଟର ପିଛା ୬୩ ଟଙ୍କା ଡିଜେଲ ଦର ୫୨ ଟଙ୍କାରେ ମିଳୁଥିଲା ଏବଂ ରନ୍ଧନଗ୍ୟାସ ଟାଙ୍କି ପିଛା ୪୦୦ ଟଙ୍କାରେ ମିଳୁଥିଲା । ଏବେ ମୋଦି ସରକାର ଅମଳରେ ଆର୍ନ୍ତଜାତୀକ ବଜାରରେ ଅଶୌଧିତ ତୈଳଦର ବ୍ୟାରେଲ ପିଛା ୩୫ ରୁ ୮୦ ଡଲାର ମଧ୍ୟରେ ଥିବାବେଳ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ପାର ହୋଇଥିବା ବେଳେ ରନ୍ଧନଗ୍ୟାସ ଟଙ୍କା ପିଛା ୧୦୦୦ ଟଙ୍କାରେ ପଂହଚିଛି । ଆଜି ଖାଥବା ତେଲ ଲିଟର ପିଛା ତିନିଗୁଣା ବଢ଼ି ୨୦୫ ଟଙ୍କା, ସେହିପରି ଭାବରେ ଅଟା, ଡାଲି ଠାରୁ ଆରମ୍ଭ କରି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଦର ଆଜି ଆକାଶଛୁଆଁ । ଏପରିକି ଘର ତିଆର ପାଇଁ ବ୍ୟବହୃତ ସାମଗ୍ରୀ ତଥା ସିମେଂଟ ଓ ରଡ଼ ଆଦିର ମୂଲ୍ୟ ଚାରିଗୁଣା ବଢ଼ିଯାଇଛି । ୨୦୧୪ ମସିହାରୁ ଏ ଅତ୍ୟାଚାରକୁ ସମର୍ଥନ କରିଆସୁଥିବା ନବୀନ ସରକାରର ନିଦ ଆଜି ହଠାତ ଭାଙ୍ଗିଯାଇଛି । ନିଜର ସ୍ଥିତି ବଂଚାଇବା ପାଇଁ ଏବଂ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ତୈଳ / ରନ୍ଧନଗ୍ୟାସ / ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡ଼ି ଦଳ ନାଟକବାଜି କରୁଛି । ନବୀନ ସରକାର ୨୨ ବର୍ଷ ଶାସନରେ ଓଡ଼ିଶାରେ ଅଧିକ ଶୀତଳ ଭଣ୍ଡାର କରିବାରେ ବିଫଳ ହୋଇଛନ୍ତି । ୧୨ ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ ଏବଂ ୮୩ଟି ଶୀତଳ ଭଣ୍ଡାର ଅକାମୀ ହୋଇପଡ଼ିଛି । ଯାହାଫଳରେ ବାଇଗଣ ଠାରୁ ବିଲାତିବାଇଗଣ ପର୍ଯ୍ୟନ୍ତ ସବୁ ପରିବାର କିଲୋପିଛା ଦର ୧୦୦ ଟଙ୍କାରେ ପହଂଚିଛି । ନବୀନ ସରକାରଙ୍କ ଆଳୁ ଓ ପିଆଜ ମିଶନ ଆଜି ବିଫଳ । ଏହା କେବଳ ଏକ ଧୂଆଁବାଣ ଥିଲା । ଆଗାମୀ ଦିନରେ ବିଶେଷ କରି ଦରଦାମ ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଏବଂ ନିର୍ଦ୍ଦିଷ୍ଟ ଭାବେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ଆକ୍ରୋଶର ସମ୍ମୁଖିନ ହେବେ ବୋଲି ଶ୍ରୀ ବାହିନୀପତି ଚେତାବନୀ ଦେଇଛନ୍ତି । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭର କଣ୍ଠରୋଧ କରୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକ ମାନଙ୍କର ସଚିବାଳୟ ପ୍ରବେଷ ନିଷେଧ କରିବା ଅଗଣତାନ୍ତ୍ରିକ ଅଟେ । ଓଡ଼ିଶା ଛଡ଼ା ଏଭଳି ଅବସ୍ଥା କେଉଁ ରାଜ୍ୟରେ ନାହିଁ । ସୁତରାଂ ନବୀନ ସରକାରର କଳଙ୍କିତ ଘଟଣା ପ୍ରବାହକୁ ଅତି ଶାଣିତ ଭାବରେ ସାଧାରଣ ଲୋକଙ୍କ ଦୃଷ୍ଟିକୁ ନେବାପାଇଁ ସେ ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking