28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପାଣି ପାଇଁ ସ୍ତ୍ରୀ ଓ ନାବାଳିକା ଝିଅକୁ ହତ୍ୟା କଲା ସ୍ବାମୀ

ପାଣି ପାଇଁ ସ୍ତ୍ରୀ ଓ ନାବାଳିକା ଝିଅକୁ ହତ୍ୟା କଲା ସ୍ବାମୀ

ଗାଜିଆବାଦ: ସାମାନ୍ୟ ପାଣିକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ପତ୍ନୀ ଏବଂ ନାବାଳିକା ଝିଅକୁ ଶୋଇବା ସମୟରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ଗାଜିଆବାଦରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ଅପରାହ୍ନରେ ସହରରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତ ସଞ୍ଜୟ ପାଲଙ୍କୁ ପୁରୁଣା ବସ୍ ଷ୍ଟାଣ୍ଡରୁ ଗିରଫ କରାଯାଇଥିଲା । ପାଲ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖରାପ ଥିବା ପୋଲିସ କହିଛି । ସଞ୍ଜୟ ତାଙ୍କ ପୁଅ କୁନାଲ ସହ ତଳ ମହଲାରେ ରହୁଥିବା ବେଳେ ପତ୍ନୀ ଓ ଝିଅ ଉପର ମହଲାରେ ରହୁଥିଲେ । ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ଗାଜିଆବାଦର ଜଣେ ପୋଲିସ ଅଧିକାରୀ ପୋଲିସ କହିଛନ୍ତି ଯେ, ଗତ ଚାରିମାସ ଧରି ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିଲେ । ରାତିରେ ସଞ୍ଜୟ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କାରଣ ସେ ଉପର ମହଲାରେ ଥିବା ଟାଙ୍କିରୁ ଜଳ ଯୋଗାଣ ବନ୍ଦ କରିଦେଇଥିଲେ । ସେ ତାଙ୍କ ପତ୍ନୀଙ୍କ କୋଠରୀକୁ ଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ । କିନ୍ତୁ ତା’ପରେ ସେ ତଳ ମହଲାକୁ ଫେରି ଶୋଇଥିଲେ । ରାତି ପ୍ରାୟ ୩ ଟା ସମୟରେ ସ୍ବାମୀ ପତ୍ନୀଙ୍କ କୋଠରୀକୁ ପୁଣି ଯାଇଥିଲେ ଆଉ ନିକଟରେ ପଡ଼ିଥିବା ଏକ ଧାରୁଆ ଅସ୍ତ୍ର ଉଠାଇ ଉଭୟ ପତ୍ନୀ ଏବଂ ଝିଅକୁ ଆକ୍ରମଣ କରିଥିଲେ । ଏଥିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking