26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ କି ଡିଜେଲ

ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ କି ଡିଜେଲ

ନୂଆଦିଲ୍ଲୀ : ପ୍ରତିବର୍ଷ ଶିତଦିନ ଆସିଲେ ଦିଲ୍ଲୀରେ ପ୍ରଦୂଷଣ ଏକ ବଡ ସମସ୍ୟା ଭାବେ ଦେଖା ଦେଇଥାଏ । ଏନେଇ ଚଳିତ ବର୍ଷ ଦିଲ୍ଲୀ ସରକାର ଶିତଦିନ ଆସିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରତିବର୍ଷ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ନେଇ ବଡ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଚଳିତବର୍ଷ ଏକ ବଡ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ନିଷ୍ପତ୍ତି ମୁତାବକ ଦିଲ୍ଲୀରେ ଚଳାଚଳ କରୁଥିବା ଗାଡିଗୁଡିକ ମଧ୍ୟରେ ଯାହାର ପ୍ରଦୂଷଣ ସାର୍ଟିଫିକେଟ ନଥିବ ସେହି ଗାଡିଗୁଡିକ ପେଟ୍ରୋଲ ପମ୍ପରେ ନା ପେଟ୍ରୋଲ ମିଳିବ ନା ଡିଜେଲ । ଦିଲ୍ଳୀ ସରକାରଙ୍କ ଏହି ନିୟମ ଅକ୍ଟୋବର ୨୫ ତାରିଖରୁ ଲାଗୁ ହେବ । ଏନେଇ ଦିଲ୍ଲୀ ସରକାରରଙ୍କ ପର‌୍ୟ୍ୟାବରଣ ମନ୍ତ୍ରୀ ଗୋପାଲ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ପ୍ରଦୂଷଣ ରୋକିବାକୁ ଗ୍ରାପ ଓ ୱିଣ୍ଟର ଆକ୍ସନ ପ୍ଲାନକୁ କଠୋର ଭାବେ ଲାଗୁ କରାଯିବ । ଏହାସହ ଅକ୍ଟୋବର ୩ ତାରିଖରୁ ପର‌୍ୟ୍ୟାବରଣ ମନ୍ତ୍ରଣାଳୟର ୱାରରୁମ କାମ କରିବା ଆରମ୍ଭ କରିଦେବ । ଏହି ୱାର ରୁମ ୨୪ ଘଂଟା କାମ କରିବ, ଏହାସହ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଅକ୍ଟୋବର ୬ ତାରିଖରୁ ଆଣ୍ଟି-ଡଷ୍ଟ କ୍ୟାମ୍ପେନ ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking