33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତରେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ନିକଟରେ ଦଶହରା ପରେ ଦିଓ୍ବାଲୀ ପ୍ରସ୍ତୁତି ଜୋରଦାର ଚାଲିଛି । ପାର୍ବଣ ଆସୁଛି ଅର୍ଥ ଛୁଟି ବି ଖୁବ ମିଳୁଛି । ଅକ୍ଟୋବର ମାସରେ ପୂଜା ପର୍ବ କାରଣରୁ ବ୍ୟାଙ୍କ ମୋଟ ୨୧ଦିନ ଛୁଟି ରହିବ । ଅବଶ୍ୟ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଛୁଟି ଅଲଗା ଅଲଗା ।
ଅକ୍ଟୋବର ମାସ ଆରମ୍ଭରୁ ଲଗାତାର ୯ ଦିନ ବ୍ୟାଙ୍କ ବନ୍ଦ ରହିବ । ପୁରା ମାସରେ ୨୧ଦିନ ଧରି ବ୍ୟାଙ୍କ ଛୁଟି ରହିବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅକ୍ଟୋବର ମାସରେ ଛୁଟିଦିନ କ୍ୟାଲେଣ୍ଡର ଦେଖିବାକୁ ଗଲେ ଦୁର୍ଗା ପୂଜା, ଦିଓ୍ବାଲୀ, ଇଦ୍ ସମେତ ଅନେକ ରାଜ୍ୟରେ ପର୍ବ ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବ୍ୟାଙ୍କ ଛୁଟି ରହୁଥିଲେ ସୁଦ୍ଧା ଅନଲାଇନ୍ ମାଧ୍ୟମରେ ଅନେକ ସୁବିଧା ପାଇପାରିବେ ଗ୍ରାହକ । ପୂର୍ବଭଳି ଏହି ସୁବିଧା ଜାରିରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking