30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସୁଯୋଗ ମିଳିଲେ ଟୀକା ନିଅ: ଅଭୟ

ସୁଯୋଗ ମିଳିଲେ ଟୀକା ନିଅ: ଅଭୟ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ୨ୟ ପର୍ଯ୍ୟାୟ ଟୀକାକରଣ । ଏହି ପର୍ଯ୍ୟାୟରେ ମୋଟ ୧୬ ହଜାର ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବା ପାଇଁ ପଞ୍ଜିକୃତ କରାଯାଇଛି । ଆଜି ଠାରୁ ମୋଟ ୮୯୩୭ ଜଣ ପୋଲିସ କର୍ମଚାରୀ ଟୀକା ନେବେ । ଆଜି କଟକ ଇଣ୍ଡୋର ଷ୍ଟାଡିୟମରେ କରାଯାଇଥିବା ଟୀକା କେନ୍ଦ୍ରରେ ଟୀକା ନେଇଛନ୍ତି ପୋଲିସ ଡିଜି ଅଭୟ । ସୁଯୋଗ ମିଳିଲେ ଟୀକା ନେବା ପାଇଁ ଲୋକଙ୍କୁ କହିଛନ୍ତି ଡିଜି । ଏହି ଟୀକାକରଣ ସରକାରଙ୍କର ଏକ ବଡ ପଦକ୍ଷେପ ଅଟେ । ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି ।

ପୋଲିସ ଡିଜିଙ୍କ ସହିତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀ ମାନେ ଟୀକା ନେଉଛନ୍ତି । ଏହାସହ ବରିଷ୍ଠ ଅଧିକାରୀ ମାନେ ଟୀକା ନେବା ସମୟର ଫୋଟ ଟ୍ୱିଟରରେ ଅପଲୋଡ କରିବେ ବୋଲି ସୂଚନା ଦେଇଛନ୍ତି । ଏହା ଦ୍ୱାରା ଲୋକେ ସଚେତନ ହେବେ ଓ ଲୋକଙ୍କ ମନରୁ ଡର ଦୁର ହୋଇପାରିବ ।

ଆଜି ଠାରୁ ଗୃହ , ନଗର ନିଗମ ବିଭାଗ, ରାଜସ୍ୱ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯାଉଛି । ଏହାସହ ଭୁବନେଶ୍ୱରର ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ଦିଆଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking