26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ମୃତ

ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ମୃତ

କଟକ: କଟକ ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି । ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟାଙ୍ଗୀ ଗୋବିନ୍ଦପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣା କିପରି ହେଲା ସେ ନେଇ ପୋଲିସ କିମ୍ବା ପରିବାର ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ମର୍ଡର ଘଟଣାର ଅନ୍ୟତମ ମୁଖ୍ୟ ଆରୋପୀ ଥିଲେ ପ୍ରଫୁଲ୍ଲ । ମର୍ଡର ପରଠାରୁ ସେ ଫେରାର ଥିଲେ ଏବଂ ପୋଲିସ ତାଙ୍କୁ ଖୋଜୁଥିଲା । ତେବେ ଟ୍ରକ ଧକ୍କାରୁ ତାଙ୍କ ମୃତ୍ୟୁ ହୋଇଥିିବା ଜଣା ପଡୁଛି । ଘଟଣା ସ୍ଥଳରୁ ପୋଲିସ ବାଇକ ଓ ମୋବାଇଲ ଜବତ କରିଛି । ତେବେ ଏହି ମୃତୁ ଏକ ସନ୍ଦେହଜନକ ମୃତ୍ୟୁ ବୋଲି କୁହାଯାଉଛି ।

ଗତକାଲି ରାତିରେ ଟାଙ୍ଗୀ ଏନଏଚ ରାସ୍ତା କଡରୁ ଏକ କଣ୍ଟେନର ତଳୁ ତାଙ୍କୁ ଉଦ୍ଧାର କରଯାଇଥିଲା । ଟାଙ୍ଗୀ ପୋଲିସ କଟକ ବଡ ମେଡିକାଲକୁ ଆଣିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking