31.1 C
Bhubaneswar
Tuesday, May 7, 2024
Homeଓଡିଶାଗଞ୍ଜାମଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା: ଏଜେନ୍ସି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା: ଏଜେନ୍ସି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ଠାକୁରାଣୀ ମନ୍ଦିର ସାହିରେ ଗତ ୨୨ ତାରିଖରେ ଏକ ବଡ଼ ଧରଣର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍‌) ପକ୍ଷରୁ ଗ୍ୟାସ୍ ଏଜେନ୍ସି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଏହି ଘଟଣା କାହିଁକି ଘଟିଲା ଓ ଏଥିରେ କଣ ତ୍ରୁଟି ରହିଛି ଏବଂ ଡେଲିଭରି ବୟଙ୍କୁ କେଉଁ କାରଣରୁ ଏତେ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର ଦିଆଯାଇଥିଲା ସେ ନେଇ ପ୍ରଶ୍ନ କରାଯାଇଛି । ସେ ଉକ୍ତ ଗ୍ୟାସ୍ ସିଲିଣ୍ଡରଗୁଡ଼ିକ କେଉଁ ପରିସ୍ଥିରେ ତାଙ୍କ ଘରେ ରଖିଲେ । ଏଭଳି ବିଭିନ୍ନ ଦିଗକୁ ନେଇ ମାଲିକ ତ୍ରିଲୋଚନ ପାଣିଗ୍ରାହିଙ୍କୁ କମ୍ପାନୀ ପକ୍ଷରୁ କାରଣ ଦର୍ଶାଇବାକୁ କୁହାଯାଇଛି । ଏହା ସହିତ ଆଇଓସିଏଲ୍‌ର କମ୍ପାନୀ ପକ୍ଷରୁ ଦୁଇ ଜଣିଆ ଟିମ୍ ତ୍ରିଲୋଚନଙ୍କ ଗ୍ୟାସ୍ ଏଜେନ୍ସିର ପହଞ୍ଚି ଷ୍ଟକ୍ ଯାଞ୍ଚ ସହ କାଗଜପତ୍ର ଯାଞ୍ଚ କରି ଫେରିଛନ୍ତି ବୋଲି ଆଇଓସିଏଲ୍‌ର ଡେପୁଟି ଜେନେରାଲ୍ ମ୍ୟାନେଜ(ଡିଜିଏମ୍‌) ଦେବଦତ୍ତ ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ଆହାତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଅଶୋକ ନାୟକ ତଥା ମୃତ ଦେବରଜ ନାୟକଙ୍କ ସାନ ପୁଅଙ୍କ ଗତକାଲି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଛି ।

ବାପା ଦେବରାଜ ନାୟକଙ୍କ ୪ ଦିନ ପୂର୍ବେ ମୃତ୍ୟୁ ହୋଇଥିଲା । ଏଭଳି ବେଆଇନ ଗୋଦାମ ଦ୍ୱାରା ଗୋଟିଏ ପରିବାରର ଦୁଇଟି ଜୀବନ ଚାଲିଗଲା । ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ପ୍ରଶାସନ ଓ ଆରମ୍ଭ ପୁଲିସ କରୁଥିବା ବେଳେ ଆଜି ଗୋପାଳପୁର ପୁଲିସ ବ୍ରହ୍ମପୁର ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସି ମାଲିକ ତ୍ରିଲୋଚନ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ଯାଞ୍ଚ କରିଛି । ତ୍ରିଲୋଚନ ପାଣିଗ୍ରାହୀଙ୍କ ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସିର ଲାଇସେନ୍ସକୁ ଜବତ କରିଥିବା ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସବୁଦିନ ପରି ଗୁରୁବାର ଦିନ ଦୈତାରୀ ଓ ଅଶୋକ ଗ୍ୟାସ ହାଣ୍ଡି ଡେଲିଭରି ଦେବାକୁ ଯାଉଥିବା ବେଳେ ଅନେକ ଗ୍ୟାସ ଟାଙ୍କିି ନେଇ ତାଙ୍କ ନିଜ ଘରେ ରଖିଥିଲେ । ଗତ ୨୨ ତାରିଖରେ ସକାଳ ପ୍ରାୟ ସାଢ଼େ ୧୦ ଟା ସମୟ ବେଳେ ବଡ଼ ହାଣ୍ଡିରୁ ବେଆଇନ ଭାବରେ ସାନ ହାଣ୍ଡିକୁ ଗ୍ୟାସ୍ ସ୍ଥାନାନ୍ତରିତ କରୁଥିବା ସମୟରେ ଗ୍ୟାସ୍ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହେଇଥିଲା ।

ଏଭଳି ସିରିଜ୍ ଗ୍ୟାସ୍ ହାଣ୍ଡି ବିସ୍ଫୋରଣ ହୋଇ ଦୁଇ ମହଲା କୋଠାର ଛାତ, ଦୁଇପାଶ୍ୱର୍ କାନ୍ଥ ଛିନ୍‌ଛତ୍ର ହୋଇ ୫୦ ମିଟର ଦୂରରେ ବଡ଼ ବଡ଼ ସିମେଣ୍ଟ ଇଟା ଖଣ୍ଡ ପଡ଼ିଥିଲା । ବ୍ରହ୍ମପୁର ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ବିସ୍ଫୋରଣରେ ଦେବରାଜ ଏବଂ ସାନ ପୁଅ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ ନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା । ବିସ୍ଫୋରଣ ଘଟିଥିବା ଘରୁ ପୁଲିସ ୬୬ଟି ଘରୋଇ ଓ ବ୍ୟବସାୟିକ ଗ୍ୟାସ୍ ଟାଙ୍କିକୁ ଜବତ କରିଥିବା ପୁଲିସ କରିଥିଲା । ଏହି ଘଟଣାରେ ପୁଲିସ ଆଜି ଏଜେନ୍ସିର ମାଲିକ ତ୍ରିଲୋଚନ ପାଣିଗ୍ରାହୀ ଓ ଡେଲିଭରି ବୟ ଦଇତାରି ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking