29.1 C
Bhubaneswar
Saturday, April 27, 2024
Homeଓଡିଶାଗଞ୍ଜାମଇଞ୍ଜେକ୍ସନ୍ ନେଇ ୨୦ ରୋଗୀ ଅସୁସ୍ଥ ଘଟଣା: କୋଲକୋତାକୁ ପଠାଗଲା ଇଞ୍ଜେକ୍ସନ୍ ନମୂନା

ଇଞ୍ଜେକ୍ସନ୍ ନେଇ ୨୦ ରୋଗୀ ଅସୁସ୍ଥ ଘଟଣା: କୋଲକୋତାକୁ ପଠାଗଲା ଇଞ୍ଜେକ୍ସନ୍ ନମୂନା

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ଓ ଚିକିତ୍ସାଳୟ(ଏମ୍‌କେସିଜି)ର ପୁରୁଷ ମେଡିସିନ ବିଭାଗ(ୟୁନିଟ୍‌-୧)ରେ ୨ଟି ଇଞ୍ଜେକ୍ସନ୍ ନେଇ ରୋଗୀମାନେ ଅସୁସ୍ଥ ହୋଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଆଜି ଡ୍ରଗ୍ସ ଇନ୍ସପେକ୍ଟର ଦେବାଶିଷ କାଲୋ ଏମ୍‌କେସିଜିରେ ପହଞ୍ଚି ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକ୍‌ସନ୍‌ର ନମୁନା ସଂଗ୍ରହ କରିଥିଲେ । ସେଫଟ୍ରିଆଜୋନ୍ ଓ ରାବିପ୍ରାଜୋଲ୍ ନାମକ ଏହି ଇଞ୍ଜେକ୍ସନ୍‌ର ନମୁନାକୁ କୋଲକୋତାରେ ଥିବା ଲାବ୍ରୋଟୋରୀକୁ ପଠାଇ ଦିଆଯାଇଛି । କିଛି ଦିନ ମଧ୍ୟରେ ପରୀକ୍ଷା ରିପୋର୍ଟ ହସ୍ତଗତ ହେବ ବୋଲି ଶ୍ରୀ କାଲୋ କହିଛନ୍ତି । ଅନ୍ୟପଟେ ସେହି ଇଞ୍ଜେକ୍‌ସନ୍ ନେଇ ଗୁରୁତର ହୋଇଥିବା ସମସ୍ତ ରୋଗୀ ଆଜି ପ୍ରାୟ ସୁସ୍ଥ ହୋଇ ସାରିଛନ୍ତି । ପୂର୍ବରୁ ସେମାନଙ୍କ ଠାରେ ଥିବା ରୋଗ ଅନୁଯାୟୀରେ ତାଙ୍କର ଚିକିତ୍ସା ଜାରି ରହିଛି ।

ସୂଚନାଯୋଗ୍ୟ ଯେ ଏମ୍‌କେସିଜିର ମେଡିସିନ୍ ବିଭାଗ କୋଠାର ଦ୍ୱିତୀୟ ମହଲାରେ ଥିବା ପୁରୁଷ ୱାର୍ଡ(ୟୁନିଟ୍‌-୧)ରେ ୨୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ କିଛି ସାପ କାମୁଡ଼ା, ବିଷ ପିଇଥିବା ରୋଗୀ, ପକ୍ଷାଘାତ ଭଳି ଅନେକ ରୋଗୀ ରହିଥିଲେ । ସବୁଦିନ ଭଳି ସେବିକାମାନେ ସେଫଟ୍ରିଆଜୋନ୍ ଓ ରାବିପ୍ରାଜୋଲ୍ ଇଞ୍ଜେକ୍ସନ୍ ସେମାନଙ୍କୁ ଦେଇଥିଲେ । ଏହାର କିଛି ସମୟ ପରେ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କେଉଁ ରୋଗୀ ଥରି ଉଠିଥିଲେ ତ ଆଉ କିଏ ଚିତ୍କାର କରିଥିଲେ । ଅନ୍ୟକିଛି ରୋଗୀଙ୍କ ଶରୀରରେ ତାତି ବଢ଼ିବା ସହ ରୋଗୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ହେବାରେ ଲାଗିଥିଲା । ପରେ ଡାକ୍ତରମାନେ ଆସି ରୋଗୀଙ୍କ ଚିକିତ୍ସା କରିଥିଲେ । ଖବରପାଇ ଘଟଣାସ୍ଥଳରେ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍ ଏମ୍‌କେସିଜିରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking