27.1 C
Bhubaneswar
Monday, August 8, 2022
Homeଓଡିଶାଅନୁଗୁଳଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଅଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର ବହିଦାର ଶନିବାର ଛେଣ୍ଡିପଦା ଥାନାର ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶ ଯେ, ୨୦୧୩ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟା ୭ଟାରେ ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକା ତାଙ୍କ ଘର ବାଡ଼ିକୁ ଯାଇଥିବା ବେଳେ ତାଙ୍କୁ ବାଗେଡ଼ିଆ ଗାଁର କ୍ରିଷ୍ଣା ଓରଫ କାଳିଆ ବେହେରା(୩୨) ମୁହଁରେ ଏକ କଳା କପଡ଼ାରେ ଘୋଡ଼ାଇ ଏକ ଜିପ୍‌ରେ ବସାଇ ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ସେ ପାଟି କରିବାରୁ କାଳିଆ ଛୁରି ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ଚୁପ ରହିବାକୁ କହିଥିଲେ ।

ଏହାପରେ କାଳିଆ ନାବାଳିକାଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ବଣେଇରେ ୧୫ ଦିନ ନେଇ ରଖିଥିଲେ । ସେଠାରେ ଧମକାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ୨୦୧୩ ଅକ୍ଟୋବର ୩୧ତାରିଖରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବାପରେ ପୁଲିସ ପୋକ୍‌ସୋ ଆଇନର ଧାରା ୬ରେ ମାମଲା ରୁଜୁକରି ଅଭିଯୁକ୍ତ କ୍ରିଷ୍ଣା ଓରଫ କାଳିଆ ବେହେରା(୩୨)ଙ୍କୁ ବଣେଇରୁ ଗିରଫକରି ନାବାଳିକାକୁ ଉଦ୍ଧାର କରିଥିଲା ।

ପରେ କାଳିଆକୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାଲେ ବିଚାରପତି ଶ୍ରୀ ବହିଦାର ସମସ୍ତ ସାକ୍ଷୀ ଓ ଦଲିଲକୁ ଭିତ୍ତିକରି ଦଫା ୩୭୬(୨)(ଆଇ) ଓ ପୋକ୍‌ସୋ ଆଇନର ଧାରା ୬ ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା ରାୟ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆସାମୀ ଅଧିକ ୨ ମାସ କାରାଦଣ୍ଡ ଭୋଗିବେ । ସେହିଭଳି ଦଫା ୩୬୩ ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡସହ ୫ ହଜାର ଟଙ୍କା ଜୋରିମାନା ରାୟ ଦିଆଯାଇଛି । ଜୋରିମାନା ଅନାଦେୟ ହେଲେ ଆସାମୀ ଅଧିକ ୧ ମାସ କାରାଦଣ୍ଡ ଭୋଗିବେ । ଜୋରିମାନା ଆଦାୟ ହେଲେ ଏହି ଅର୍ଥ ପିଡ଼ୀତାଙ୍କ ଭରଣ ପୋଷଣ ପାଇଁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ତରଫରୁ ଏହି ମାମଲା ସ୍ୱତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking