31.1 C
Bhubaneswar
Sunday, May 19, 2024
Homeଓଡିଶାମଙ୍କି ପକ୍ସ ସମ୍ପର୍କିତ ସମୀକ୍ଷା ବୈଠକ: ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ଲାଗି ସରକାର ପ୍ରସ୍ତୁତ-...

ମଙ୍କି ପକ୍ସ ସମ୍ପର୍କିତ ସମୀକ୍ଷା ବୈଠକ: ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ଲାଗି ସରକାର ପ୍ରସ୍ତୁତ- ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ମଙ୍କପକ୍ସ୭୮ଟି ଦେଶରେ ଏହାର କାୟା ବିସ୍ତାର କରିଛି । ଏଥିରେ ୨୧ହଜାର ରୋଗୀ ଅକ୍ରାନ୍ତ ହୋଇଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଭାରତରେ ମୋଟ୍ ଏହିଭଳି କେରଳରେ ୩ଟି ଏବଂ ଦିଲ୍ଲୀରେ ଜଣେ ରୋଗୀଙ୍କୁ ମିଶାଇ ୪ଜଣ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କେହି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିନାହିଁ । ତେବେ ଏହା ସାଧାରଣତଃ ଚିକେନ୍ ପକ୍ସ ଓ ମିଳିମିଳା ଭଳି ରୋଗ । ଏହା ନିଶ୍ୱାସ ଓ କାଶିବା ଦ୍ୱାରା ସାଧାରଣରେ ବ୍ୟାପିଥାଏ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ମନ୍ତ୍ରୀ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ କହିଥିଲେ ଯେ, ଏହି ରୋଗ ଆକ୍ରାନ୍ତ ରୋଗୀଙ୍କୁ ସାଧାରଣତଃ ପ୍ରଥମ ଅବସ୍ଥାରେ ଦୁର୍ବଳ ଲାଗିବା, ପିଠିରେ ଯନ୍ତ୍ରଣା ହେବା, ଦେହ ହାତ କୁଣ୍ଡାଇ ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ ।

ପରେ ହାତ ପାଦ ଓ ମୁହଁରେ ଘା ବାହାରିଥାଏ । ସନ୍ଦିଗ୍ଧ ରୋଗୀଙ୍କୁ ଏଥିପାଇଁ ୨୧ଦିନ ଲାଗି ସଙ୍ଗରୋଧରେ ରହିବା ସହିତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ । ଭାରତରେ ୧୫ଟି ଜାଗାରେ ଏହି ରୋଗର ନମୁନା ପରୀକ୍ଷଣ ବ୍ୟବସ୍ଥା ଥିବା ବେଳେ ଖୁବଶୀଘ୍ର ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ଠାରେ ଏହାର ନମୁନା ପରୀକ୍ଷଣ ବ୍ୟବସ୍ଥା କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍କିପକ୍ସର ଚିକିତ୍ସା ପାଇଁ ମେଡଇସିନ ବିଭାଗର ପ୍ରଫେସର ଡ. ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏବେ ପ୍ରତ୍ୟେକ ଜିଲ୍ଲାରୁ ମେଡିସିନ, ପେଡିଆଟ୍ରିକ ଓ ସ୍କିନ୍ ଆଣ୍ଡ ଭିଡି ଡାକ୍ତର ତଥା ରାଜ୍ୟ ଏଡସ୍ କଣ୍ଟ୍ରୋଲ ସୋସାଇଟି ଅଧିନସ୍ଥ ସମସ୍ତ ଜିଲ୍ଲାସ୍ତରୀୟ ପରାମର୍ଶ ଅଧିକାରୀଙ୍କୁ ମଙ୍କିପକ୍ସ ଚିକିତ୍ସା ଲାଗି ତାଲିମ ଦିଆଯିବ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ମାର୍ଗ ଦର୍ଶିକା ଜାରି କରାଯିବ ।

ଏହାକୁ ନେଇ ସାଧାରଣ ଅଯଥାରେ ଆତଙ୍କିତ ହେବାରେ କୌଣସି କାରଣ ନାହିଁ କେବଳ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ବୃନ୍ଦା ଡି, ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶକ ଡା. ସଂଘମିତ୍ରା ପତି, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନିରଞ୍ଜନ ମିଶ୍ର, ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଡା. ଜୟନ୍ତ ପଣ୍ଡା ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ସେହିପରି ଆଜି ମଧ୍ୟ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାସ ସମୀକ୍ଷା କରିଥିଲେ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ଏବେ ଶିଶୁ ଭବନ ଛକ ସନିକଟ ଏକ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛି । ୨୦୨୧ ଜୁଲାଇ ବିଧାନ ସଭାରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ ପାସ୍ ହୋଇଥିଲା । ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ଓ ଅଧ୍ୟକ୍ଷ ପ୍ରଫେସର ଦତେଶ୍ୱର ହୋତାଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଥିଲା । ତେବେ ବିଶ୍ୱବିଦ୍ୟାଳୟ ଚଳିତବର୍ଷ ଠାରୁ କାର୍ଯ୍ୟକ୍ଷମ ହେବ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଭୁବନେଶ୍ୱର ଉପକଣ୍ଠରେ ୨୦ର ୨୫ଏକର ଜାଗା ଆବଶ୍ୟକ ଥିବାବେଳେ ଯାଗା ଚିହ୍ନଟ ଲାଗି ଏକ କମିଟି ଗଠନ କରାଯାଇଛି । ଭବିଷ୍ୟତରେ ଏହାକୁ ଏକ ସ୍ୱୟଂଶାସିତ ଓ ଉତ୍କର୍ଷକେନ୍ଦ୍ର ଭାବେ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking