33.1 C
Bhubaneswar
Sunday, May 5, 2024
Homeଓଡିଶାଭିଟାମାଟି ଛାଡ଼ି ଦାଦନ ମୁହାଁ ମତ୍ସ୍ୟଜୀବୀ  

ଭିଟାମାଟି ଛାଡ଼ି ଦାଦନ ମୁହାଁ ମତ୍ସ୍ୟଜୀବୀ  

ପାଲୁର : ଚିଲିକା ଚାରି ପାର୍ଶ୍ୱରେ ହଜାର ହଜାର ହେକ୍ଟରର ମାଟି ଘେରି ଗଢ଼ି ଉଠିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ଉଚ୍ଛେଦ ହୋଇପାରି ନାହିଁ । ସାତପଡ଼ା ମୁହାଁଣ, ଋଷିକୂଲ୍ୟା ମୁହାଁଣରୁ ପାଲୁର ସାହେବ କେନାଲ ଦେଇ ମାଛ ଆସୁ ନାହିଁ । ଫଳରେ ଚିଲିକା ଉପରେ ନିର୍ଭର କରି ବଞ୍ଚିଥିବା ଛପନ ତାଲୁକା ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଭିଟାମାଟି ଛାଡ଼ିଲେଣି । ପ୍ରାୟତଃ ମତ୍ସ୍ୟଜୀବୀ ଜୀବିକା, ବ୍ୟବସାୟ ହରାଇ ଶେଷରେ ଡଙ୍ଗା ଜାଲ ବିକ୍ରି କରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆ ଶ୍ରମିକ କାମଧନ୍ଦା ହରାଇଥିଲେ ।

କରୋନା ବ୍ୟାପିବା ଆଶଙ୍କାକୁ ରୋକିବା ପାଇଁ ସଂଗରୋଧ ଗୃହରେ ରଖାଯାଇଥିଲା । ଇତି ମଧ୍ୟରେ ୧୭ ମାସ ବିତିଗଲା । ହେଲେ କୌଣସି କାମଧନ୍ଦା ନପାଇ ଆର୍ôଥକ ଅନାଟନରେ ଗତି କରିଛନ୍ତି । ସରକାର ଆର୍ôଥକ ପ୍ୟାକେଜ ପହଞ୍ଚି ପାରି ନଥିବା କହିଛନ୍ତି ମତ୍ସ୍ୟଜୀବୀ । କାମଧନ୍ଦା ଅଭାବରୁ ସେମାନେ ପୁଣି ଦାଦନ ମୁହାଁ ହୋଇଛନ୍ତି । କେବଳ ଏକମାତ୍ର ବାଟ ଥିଲା ହୁମ୍ମା ଶୁଖୁଆ ହାଟ । ତାହା ମଧ୍ୟ କରୋନା ଛଡ଼ାଇ ନେଲା । ଚିଲିକାରୁ ମତ୍ସ୍ୟ ନମିଳିବା ଫଳରେ ବିଶାଖାପାଟଣା, ପାରାଦ୍ୱୀପ, ଗୋପାଳପୁରରୁ ଆସୁଥିବା ସାମୁଦ୍ରିକ ଶୁଖୁଆକୁ ନିଜ ଦାୟିତ୍ୱକୁ ନେଇ ହୁମ୍ମା ହାଟରେ ବ୍ୟବସାୟ କରୁଥିଲେ । କିନ୍ତୁ କରୋନା କାଳ ସାଜିବାରୁ ତାହା ସବୁ ବନ୍ଦ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking