34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦୁଇଜଣ ଇଟାଲୀୟ ନାବିକଙ୍କ ବିରୋଧରେ ମକଦ୍ଦମା ବନ୍ଦ

ଦୁଇଜଣ ଇଟାଲୀୟ ନାବିକଙ୍କ ବିରୋଧରେ ମକଦ୍ଦମା ବନ୍ଦ

ନୂଆଦିଲ୍ଲୀ:  ଭାରତରେ ଦୁଇଜଣ ଇଟାଲୀୟ ନାବିକଙ୍କ ବିରୋଧରେ ଚାଲିଥିବା ଫୌଜଦାରୀ ମାମଲାକୁ ବନ୍ଦ କରିଦେବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦୧୨ ଫେବୃଆରୀରେ କେରଳ ଉପକୂଳରେ ଇଟାଲୀର ଏହି ଦୁଇଜଣ ନାବିକଙ୍କ ଗୁଳିରେ ଦୁଇଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିଲା । ସୁପ୍ରିମକୋର୍ଟର ଅବକାଶକାଳୀନ ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍ ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଟାଲୀୟ ନାବିକଙ୍କ ବିରୋଧରେ ଏତଲା ଏବଂ ଏ ସମ୍ପର୍କିତ ମାମଲାକୁ ରଦ୍ଦ କରିଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, ରିପ୍ଲବିକ୍ ଅଫ୍ ଇଟାଲୀ ଏହି ମାମଲାର ଅଧିକ ଅନୁସନ୍ଧାନ କରିବ ବୋଲି ଏଥିରେ ଭାରତ ସରକାର ସମ୍ମତ ହୋଇଛନ୍ତି । କେବଳ ସେତିକି ନୁହେଁ ଇଟାଲୀ ମଧ୍ୟ ୧୦କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବ ।

ଏହି ୧୦କୋଟି ଟଙ୍କା ମଧ୍ୟରୁ ୪କୋଟି ଟଙ୍କା ଲେଖାଏଁ ନିହତ ହୋଇଥିବା ଦୁଇ ମତ୍ସ୍ୟଜୀବୀଙ୍କ ପରିବାରକୁ ପ୍ରଦାନ କରାଯିବ ଏବଂ ବାକି ୨କୋଟି ଟଙ୍କା ସେମାନେ ମାଛ ଧରିବାରେ ବ୍ୟବହାର କରିଥିବା ଡଙ୍ଗାର ମାଲିକଙ୍କୁ କ୍ଷତିପୂରଣ ଦିଆଯିବ । ଉଲ୍ଲେଖଯୋଗ୍ୟ, ୨୦୧୨ ଫେବୃଆରୀରେ କେରଳ ଉପକୂଳରେ ଲାଗିଥିବା ଇଟାଲୀର ଏକ ତୈଳବାହୀ ଜାହାଜ ଏମ୍ ଭି ଏନରିକା ଲେକ୍ସିରେ ଥିବା ଉପରୋକ୍ତ ନାବିକ ମାଛଧରା ଡଙ୍ଗା ଉପରେ ଗୁଳି ଚଳାଇବାରୁ ଦୁଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking