32.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ପଜିଟିଭ୍‌, ବାହାବେଦୀରୁ ବରକୁ ଉଠାଇନେଲା ପୁଲିସ୍‌

କରୋନା ପଜିଟିଭ୍‌, ବାହାବେଦୀରୁ ବରକୁ ଉଠାଇନେଲା ପୁଲିସ୍‌

ସାନଖେମୁଣ୍ଡି : ବିବାହ ପୂର୍ବରୁ କରୋନା ପରୀକ୍ଷା ନେଗେଟିଭ୍ ରିପୋର୍ଟ ଦାଖଲ କଲେ ପ୍ରଶାସନ ବିବାହ କାର୍ଯ୍ୟକ୍ରମ ଅନୁମତି ଦେବ । ଏଭଳି ଗାଇଡ୍‌ଲାଇନ୍ ଜାରି ହୋଇଥିଲା । ଏସବୁ ସତ୍ତ୍ୱେ ଶୁକ୍ରବାର ବିବାହ ବେଦୀରେ କରୋନା ପଜିଟିଭ୍ ବର ବସିଥିବାବେଳେ ବେଦୀରେ ହିଁ ପ୍ରଶାସନ ଓ ପୁଲିସ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ବିବାହ ବନ୍ଦ କରିବା ପରେ ବର ଓ କନ୍ୟା ପକ୍ଷ ଫେରିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବାହା ବେଦୀରୁ ବର ଓ କନ୍ୟାକୁ ପ୍ରଶାସନ ହୋମ୍ ଆଇସୋଲେସନ୍‌ରେ ରଖିଛି। ବର ପକ୍ଷ ପରିବାର ରିପୋର୍ଟକୁ ଗୁପ୍ତ ରଖି ବିବାହ ଆୟୋଜନ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ,  ଦସେଇପୁର ଗାଁର ରାଜେନ୍ଦ୍ର ଦଣ୍ଡିଆ(୩୧)ଙ୍କ ଶୁକ୍ରବାର ବାହାଘର ଥିଲା । ତେବେ ସେ କରୋନା ଟେଷ୍ଟ କରିଥିବାବେଳେ ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ସତ୍ତ୍ୱେ ଘରଲୋକ ଜବରଦସ୍ତ ବାହାଘର କରାଉଥିଲେ । ଏ ନେଇ ଖବର ପାଇବା ପରେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ. ଶ୍ରୀନିବାସ ବେହେରା, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ପ୍ରମୁଖ ଗାଁରେ ପହଞ୍ôଚ ବାହାଘର ବନ୍ଦ କରିଛନ୍ତି ।

ବରକୁ ବେଦୀରୁ ଉଠାଇ ନେଇ ଏକ ଘରେ ଆଇସୋଲେସନ୍‌ରେ ରଖାଯାଇଛି । କନ୍ୟା ଜଣକ ନିକଟସ୍ଥ ଗାଁର ହୋଇଥିବାରୁ ତାଙ୍କୁ ମଧ୍ୟ ସେହି ଗାଁର ଏକ ଘରେ ଆଇସୋଲେସନ୍‌ରେ ରଖିଛନ୍ତି । ବାହାଘର ପାଇଁ ହୋଇଥିବା ଭୋଜି ଭାତକୁ ଗାଁରେ ଅଲଗା ରଖାଯାଇଛି । ବାହାଘରବେଳେ ବର କରୋନା ରିପୋର୍ଟ ପଜିଟିଭ୍ ଶୁଣି କନ୍ୟା ଘରଲୋକ ଏବଂ ସମ୍ପର୍କୀୟ ଭୟରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking