39.1 C
Bhubaneswar
Friday, April 26, 2024
Homeଅପରାଧମହିଳାଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ, ସଉତୁଣୀ ରଚିଥିଲା ଷଡ଼ଯନ୍ତ୍ର

ମହିଳାଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ, ସଉତୁଣୀ ରଚିଥିଲା ଷଡ଼ଯନ୍ତ୍ର

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସଉତୁଣୀ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର । ମାତ୍ର ତାଙ୍କର ଏହି ଉଦ୍ୟମ ଫେଲ୍ ମାରିଲା । ଗୁରୁବାର ବିଳମ୍ବିତ ରାତିରେ ଗୋଠପାଟଣା ଅଞ୍ଚଳରେ ଥିବା ଟ୍ରିପଲ୍ ଆଇଟି କଲେଜ ପାଖ ନିଛାଟିଆ ଜଙ୍ଗଲ ରାସ୍ତାରେ ଜଣେ ମହିଳାଙ୍କୁ ମାରିବା ପାଇଁ ଯୋଜନା ରଚିଥିଲେ ଉକ୍ତ ମହିଳାଙ୍କ ସଉତୁଣୀ ସହ ୩ ସହଯୋଗୀ । ବାଛିଥିଲେ କିଟିକିଟି ଅନ୍ଧାରିଆ ନିଛାଟିଆ ଜଙ୍ଗଲ ରାସ୍ତା ।

ସଉତୁଣୀ ଜଣକ ଡ୍ରେସ୍ କିଣିବାକୁ କହି ଘରୁ ଡାକିନେଇଥିଲେ ମାତ୍ର ସ୍ୱାମୀଙ୍କୁ ଜଣେଇବନି ବୋଲି କହିଥିଲେ । ଏକ ଅଟୋରେ ୩ ସହଯୋଗୀ ସହ ଗୋଠପାଟଣା ନିଛାଟିଆ ଅଞ୍ଚଳକୁ ନେଇ ଆସିଥିଲେ । ତେବେ ତାଙ୍କୁ କେଉଁଆଡ଼େ ନେଇଯାଉଥିବା ଅନୁମାନ କରି ପାଟି କରି ଅଟୋରେ ଡାକୁଥିଲେ ମଧ୍ୟ କେହି ଶୁଣିନଥିଲେ । ଲକ୍‌ଡାଉନ୍‌ରେ ରାସ୍ତାଘାଟ ଶୂନ୍‌ଶାନ୍ ଥିବାବେଳେ ତାଙ୍କ ଡାକ କାହାକୁ ଶୁଭିନଥିଲା।

ତେବେ ଟ୍ରିପଲ୍ ଆଇଟି କଲେଜ ପାଖ ଏକ ଏଟିଏମ୍‌କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଟଙ୍କା ଉଠାଇବାକୁ ଯାଇଥିଲେ । ହଠାତ୍ ମହିଳାଙ୍କ ଚିତ୍କାର ଶୁଣି ସେମାନେ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଜଣେ ମହିଳାଙ୍କୁ ୩ ଜଣ ଆକ୍ରମଣ କରୁଥିବାବେଳେ ଯୁବକମାନେ ହୋହଲ୍ଲା କରିବାରୁ ଆକ୍ରମଣକାରୀ ବନ୍ଧୁକ ଦେଖାଇ ସେମାନଙ୍କୁ ଡରାଇଥିଲେ । ଯୁବକମାନେ ସାହସିକତା ଦେଖାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରୁ ଅଟୋ ସହ ୩ ଆକ୍ରମଣକାରୀ ବନ୍ଧୁକ ଦେଖାଇ ଭୟଭୀତ କରି ଫେରାର୍ ହୋଇଯାଇଥିଲେ । ପରେ ଚନ୍ଦକା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ôଚ ମହିଳାଙ୍କୁ ନିଜ ହେପାଜତକୁ ନେଇଥିଲା ।

ଉକ୍ତ ମହିଳା ଜଣକ ଏମ୍ସ ମେଡିକାଲ ପାଖ ଶ୍ରାବଣୀ ଆପାର୍ଟମେଣ୍ଟରେ ସ୍ୱାମୀ ସୁଶାନ୍ତ କୁମାର ପାତ୍ରଙ୍କ ସହ ରୁହନ୍ତି । ତାଙ୍କ ଘର ପିଢ଼ାପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣା ସ୍ଥଳକୁ ଉଦ୍ଧାର ମହିଳାଙ୍କ ସହ ପୁଲିସ ଯାଇ ତଦନ୍ତ ଆରମ୍ଭ କରିଛି । ୨୦୧୮ରେ ଠିକ୍ ଏହି ସ୍ଥାନରେ ପିପିଲି ଅଞ୍ଚଳର ଏକ ମହିଳାଙ୍କ କଟାମୁଣ୍ଡ ସହ ଏକ ଗଣ୍ଡି ମିଳିଥିଲା । ଯାହା ଏ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking