28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସାମାଜିକ ଦୂରତା ନିୟମ ଉଲ୍ଲଘଂନ କଲେ ଦୋକାନୀମାନଙ୍କୁ ୫ହଜାର ଟଙ୍କା ଜରିମାନା : ଜିଲ୍ଲାପାଳ

ସାମାଜିକ ଦୂରତା ନିୟମ ଉଲ୍ଲଘଂନ କଲେ ଦୋକାନୀମାନଙ୍କୁ ୫ହଜାର ଟଙ୍କା ଜରିମାନା : ଜିଲ୍ଲାପାଳ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନାର ସ୍ଥିତି ସବୁଠାରୁ ଖରାପ ଥିବା ଯୋଗୁ ଗଞ୍ଜାମ ଜିଲ୍ଲାପ୍ରଶାନ କେତେକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାେବେଳ ମୃତକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ।
ସୂଚନା ଅନୁଯାୟୀ, ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଘଂନ କଲେ ଦୋକାନୀମାନଙ୍କୁ ୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୧୫ ଦିନ ପାଇଁ ଦୋକାନ ବନ୍ଦ କରିଦିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ସେହିପରି ଦ୍ୱତୀୟ ଥର ପାଇଁ ସାମାଜିକ ଦୂରତା ନିୟମର ଉଲ୍ଲଘଂନ କଲେ ଗୋଟିଏ ମାସ ପାଇଁ ଦୋକାନ ବନ୍ଦ କରାଯିବା ସହିତ ଦୋକାନୀଙ୍କ ନାମରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଜିଲ୍ଲାରେ କୃଷି, ସାମଗ୍ରୀ, ସ୍ୱାସ୍ଥ୍ୟ ଉଦ୍ଦେଶ୍ୟ ବ୍ୟତିତ ଗଞ୍ଜାମରେ କୌଣସି ଯାନବାହନ ଚଳାଚଳକୁ ଅନୁମତି ନାହିଁ ବୋଲି ସେ କହିଛନ୍ତି । ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତା କାଲିଠୁ ସହରାଂଚଳରେ ଘର ଘର ବୁଲି ସ୍କ୍ରିନିଂ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking