29.1 C
Bhubaneswar
Saturday, April 27, 2024
HomeUncategorizedଜନସାଧାରଣଙ୍କୁ ରାଉରକଲୋ ମହାନଗର ନିଗମ କାର୍ଯ୍ୟାଳୟକୁ ଆସିବାକୁ ବାରଣ

ଜନସାଧାରଣଙ୍କୁ ରାଉରକଲୋ ମହାନଗର ନିଗମ କାର୍ଯ୍ୟାଳୟକୁ ଆସିବାକୁ ବାରଣ

ରାଉରକେଲା : ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜିଠୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ରାଉରକଲୋ ମହାନଗର ନିଗମ କାର୍ଯ୍ୟାଳୟକୁ ଆସିବାକୁ ବାରଣ କରାଯାଇଛି । କୌଣସି ଆବେଦନ, ପେମେଣ୍ଟ ଆଦି କରିବାକୁ ଥିଲେ ଅନ୍‌ଲାଇନ୍‌ରେ କରିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ମହାନଗର ନିଗମ ସ୍ୱତନ୍ତ୍ର ଇ ମେଲ୍ ଆଇଡି ମଧ୍ୟ ଜାରି ହୋଇଛି । ଏମିତିକି କୌଣସି ଅଭିଯୋଗ ଥିଲେ କାର୍ଯ୍ୟାଳୟ ବାହାରେ ଥିବା ଅଭିଯୋଗ ବାକ୍ସରେ ପକାଇବାକୁ ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ ଭୋଇ କହିଛନ୍ତି ।
ସେହିପରି ରାଉରକେଲା ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ମଧ୍ୟ ଜନସାଧାରଣଙ୍କୁ ୭ଦିନ ପାଇଁ ନଆସିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନଙ୍କ କାମ ଅଛି ସେମାନେ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିବାକୁ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking