34.1 C
Bhubaneswar
Friday, March 29, 2024
Homeଓଡିଶାବଡ଼ ଖବର : ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତ, ସର୍ବାଧିକ ୫୭୧ଚିହ୍ନଟ, ସଂଖ୍ୟା ଟପିଲା ୧୦ହଜାର

ବଡ଼ ଖବର : ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତ, ସର୍ବାଧିକ ୫୭୧ଚିହ୍ନଟ, ସଂଖ୍ୟା ଟପିଲା ୧୦ହଜାର

ଭୁବନେଶ୍ୱର : ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୭୧ଆକ୍ରାନ୍ତଙ୍କ ମଧ୍ୟରୁ ୪୦୩ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୧୬୮ଜଣ ଆକ୍ରନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ରାଜ୍ୟରେ ବତ୍ତର୍ମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୯୭କୁ ବୃଦ୍ଧିପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧିପାଇବାରେ ଲାଗିଛି । ଜଦି ସଚେତନ ନହେବା ଆଉ ସାମଜିକ ଦୂରତା ନମାନିବା, ମାସ୍କ ବ୍ୟବହାର ନକରିବା ତେବେ ରାଜ୍ୟରେ ସ୍ଥିତ ଅଣାୟତ ହେବ ବୋଲି ଜଣାପଡ଼ୁଛି ।
ସୂଚନାଯୋଗ୍ୟ, ଆଜି ୨୧ଟି ଜିଲ୍ଲାରୁ ୫୭୧ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ଗଞ୍ଜାମରୁ ୨୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୫୬, ସୁନ୍ଦରଗଡ଼ରୁ ୫୧, ଖୋର୍ଦ୍ଧାରୁ ୩୭, କଟରୁ ୨୯, ବାଲେଶ୍ୱରୁ ୨୮, ଜଗତସିଂହପୁର ୧୭, ଯାଜପୁରରୁ ୧୬, ମୟୁରଭଞ୍ଜରୁ ୧୪, ସମ୍ବଲପୁରରୁ ୬, ରାୟଗଡ଼ାରୁ ୧୦, କେନ୍ଦୁଝର ଓ ନବରଙ୍ଗପୁରରୁ ୭ଜଣ, ବଲାଙ୍ଗୀର ୫, ଅନୁଗୁଳ ଓ ପୁରୀରୁ ୪ଜଣ , କେନ୍ଦ୍ରାପଡ଼ାରୁ ୩ଜଣ, ଭଦ୍ରକ, ଢ଼େଙ୍କାନାଳ, ଝାରସୁଗୁଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୯୭କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୩୮ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୬୪୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୩୫୫୭ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking