32.1 C
Bhubaneswar
Friday, April 26, 2024
Homeଓଡିଶାଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା

ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା

କଟକ :  ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ  ଆର୍‌ଟିପିସିଆର୍‌ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହାପରେ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । ସେପଟେ ପଜିଟିଭ୍ ଚିହ୍ନଟ ପରେ ହାଇଦରର ରିମାଣ୍ଡ ସ୍ଥଗିତ ହୋଇଛି  । ହାଇଦର ସୁସ୍ଥ ହେବାପରେ ପୁଣି ଥରେ ତାକୁ ରିମାଣ୍ଡରେ ଅଣାଯିବ । ହାଇଦର କରୋନା ସଂକ୍ରମିତ ଚିହ୍ନଟ ହେବା ଖବର ସାମ୍ନାକୁ ଆସିବା ପରେ ଗ୍ୟାଙ୍ଗଷ୍ଟରକୁ ଧରିଥିବା ଟିମ ମଧ୍ୟରେ ଏବେ ଭୟ ଖେଳିଯାଇଛି । କିଛି ପୋଲିସ୍ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଗତକାଲି ହାଇଦରକୁ ଜେରା କରିଥିବା ଅନ୍ୟ ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ଆଇସୋଲେସନରେ ରଖାଯିବ । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ, ହାଇଦର କେଉଁଠୁ ସଂକ୍ରମିତ ହୋଇଛି । ରାଜ୍ୟ ବାହାରରୁ ସଂକ୍ରମିତ ହୋଇଥିବା ସନ୍ଦେହ କରୁଛନ୍ତି ମେଡ଼ିକାଲ ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking