28.9 C
Bhubaneswar
Wednesday, April 17, 2024
Homeଓଡିଶାପୁଅ ପଛେ ପଛେ ଚାଲିଗଲେ ମା’

ପୁଅ ପଛେ ପଛେ ଚାଲିଗଲେ ମା’

ଭୁବନେଶ୍ୱର : ସ୍ୱର୍ଗତ ଅଜିତ୍ ମଙ୍ଗରାଜଙ୍କ ପରିବାର ଉପରେ ଆଉ ଏକ ବିପତ୍ତି । ପୁଅ ପଛେ ପଛେ ମା’ ବି ଚାଲିଗଲେ । ଚାରିଦିନ ତଳେ ଅଜିତ୍ ମଙ୍ଗରାଜଙ୍କର ପରଲୋକ ହୋଇଥିବାବେଳେ ଆଜି ତାଙ୍କ ମା’ କ୍ଷେତ୍ରମଣୀ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ହୃଦ୍‌ଘାତ ସମସ୍ୟା ପାଇଁ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ପରେ କ୍ଷେତ୍ରମଣୀ କୋରନାରେ ଆକ୍ରାନ୍ତ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । କୋଭିଡ୍ ନିୟମ ଅନୁଯାୟୀ ଶବ ସତ୍କାର ହେବ ବୋଲି ପରିବାର ଲୋକେ କହିଛନ୍ତି ।

ସୂଚନାଯୋଗ୍ୟ, ୪ଦିନ ତଳେ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲା । ଏହାପରେ ପିପିଲି ଉପନିର୍ବାଚନ ସ୍ଥିଗିତ ରହିଛି । ଅଜିତ୍ ମଙ୍ଗରାଜଙ୍କ ପରିବାର ଉପରେ ଚଡ଼କ ପଡ଼ିଛି । ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ପରିବାର ପାଇଁ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking