29.1 C
Bhubaneswar
Tuesday, May 7, 2024
Homeଓଡିଶାବଡ଼ଖବର : ରାଜ୍ୟରୁ ପୁଣି ୩୧୪୪ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ସୁନ୍ଦରଗଡ଼

ବଡ଼ଖବର : ରାଜ୍ୟରୁ ପୁଣି ୩୧୪୪ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ସୁନ୍ଦରଗଡ଼

ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୨୩ କ୍ୱାରେଣ୍ଟିନରେ ଥିବାବେଳେ ୧୩୨୧ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

ସୁନ୍ଦରଗଡରେ ସର୍ବାଧିକ ୫୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ବାହାରିଛନ୍ତି ୪୯୭। ଏହାବ୍ୟତୀତ ଅନୁଗୋଳରୁ ୪୯, ବାଲେଶ୍ୱରରୁ ୨୮ ବରଗଡରୁ ୧୫୬, ଭଦ୍ରକରୁ ୫୧, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୭୭, କଟକରୁ ୧୪୦, ଦେବଗଡରୁ ୨୧, ଢେଙ୍କାନାଳରୁ ୧, ଗଜପତିରୁ ୬୭, ଗଞ୍ଜାମରୁ ୪୪, ଜଗତ୍‌ସିଂହପୁରରୁ ୧୮, ଯାଜପୁରରୁ ୭୬, ଝାରସୁଗୁଡାରୁ ୧୧୯, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୨୮, କୋରରାପୁଟରୁ ୧୮, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୬୮, ନବରଙ୍ଗପୁରରୁ ୯୬, ନୟାଗଡରୁ ୨୯, ନୂଆପଡ଼ାରୁ ୩୯୫, ପୁରୀରୁ ୧୨୯, ରାୟଗଡ଼ାରୁ ୪୪, ସମ୍ବଲପୁରରୁ ୧୪୯, ସୋନପୁରରୁ ୪ ଜଣ ସଂକ୍ରମିତ ବାହାରିଥିବାବେଳେ ଷ୍ଟେଟ ପୁଲ୍‌ରୁ ବାହାରିଛନ୍ତି ୧୧୦।

ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩,୬୪,୫୯୪ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୪୩,୫୨୨। ଆକ୍ଟିଭ କେସ ରହିଛି୧୯, ୦୭୭। ଅନ୍ୟପକ୍ଷେ ରାଜ୍ୟରେ କରୋନାରେ ଆଜି ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୨କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking