28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜର୍ମାନୀରେ ଜି-୭ କୃଷିମନ୍ତ୍ରୀ ସମ୍ମିଳନୀ: ଭାରତର ଗହମ ରପ୍ତାନୀ ନୀତିକୁ ନିନ୍ଦା

ଜର୍ମାନୀରେ ଜି-୭ କୃଷିମନ୍ତ୍ରୀ ସମ୍ମିଳନୀ: ଭାରତର ଗହମ ରପ୍ତାନୀ ନୀତିକୁ ନିନ୍ଦା

ଷ୍ଟୁଟ୍‌ଗାର୍ଟ : ବର୍ତ୍ତମାନ ଜର୍ମାନୀର ଷ୍ଟୁଟ୍‌ଗାର୍ଟ ସହରରେ ଜି-୭ ରାଷ୍ଟ୍ରସମୂହର କୃଷିମନ୍ତ୍ରୀଙ୍କ ସମ୍ମିଳନୀ ଆୟୋଜିତ ହେଉଛି । ଶନିବାର ବୈଠକରେ ଭାରତର ଗହମ ରପ୍ତାନୀ ନୀତିକୁ ଅନ୍ୟ ସଦସ୍ୟମାନେ ନିନ୍ଦା କରିଛନ୍ତି । ଦେଶରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବାରୁ ଭାରତ ବର୍ତ୍ତମାନ ବିଦେଶକୁ ଗହମ ରପ୍ତାନୀ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ଜର୍ମାନୀର କୃଷିମନ୍ତ୍ରୀ ସେମ୍ ଓଜ୍‌ଡେମୀର କହିଛନ୍ତି ଯେ ‘ସବୁ ଦେଶ ଯଦି ଆଳ ଦେଖାଇ ଗହମ ରପ୍ତାନୀ ଉପରେ କଟକଣା ଲାଗୁ କରିବେ, ତେବେ ପରିସ୍ଥିତି ଅଧିକ ସାଂଘାତିକ ହେବ’ ।

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଅଧିକାଂଶ ରାଷ୍ଟ୍ର ବର୍ତ୍ତମାନ ୟୁକ୍ରେନ୍‌ରୁ ଗହମ ଆମଦାନୀ କରିପାରୁନାହାନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ରାଷ୍ଟ୍ରଭାବେ ମାନ୍ୟତା ପାଇଥିବା ଭାରତ ଶନିବାର ରପ୍ତାନୀ ପ୍ରସଙ୍ଗରେ ଏଭଳି ନିଷ୍ପତ୍ତି ନେଇଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ତେବେ ନିଜସ୍ୱ ଚାହିଦା ପୂରଣ ହୋଇପାରୁନଥିବାରୁ ଏଭଳି କଟକଣା କରାଯାଇଛି ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ୟୁକ୍ରେନ୍‌ରେ ୨୦ ନିୟୁତ ଟନ ଗହମ ଗଚ୍ଛିତ ହୋଇରହିଥିଲେ ସୁଦ୍ଧା ରୁଷ୍ ସୈନ୍ୟଙ୍କ ଆକ୍ରମଣ ଯୋଗୁଁ ଏହା ବିଦେଶକୁ ରପ୍ତାନୀ ହୋଇପାରୁନାହିଁ ବୋଲି ବୈଠକରେ ଯୋଗଦେଇଥିବା ୟୁକ୍ରେନ୍ କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking