29.1 C
Bhubaneswar
Saturday, April 27, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍‌ରେ ରୁଷ୍ ଆକ୍ରମଣରେ ଫ୍ରାନ୍ସ ସାମ୍ବାଦିକଙ୍କ ମୃତ୍ୟୁ

ୟୁକ୍ରେନ୍‌ରେ ରୁଷ୍ ଆକ୍ରମଣରେ ଫ୍ରାନ୍ସ ସାମ୍ବାଦିକଙ୍କ ମୃତ୍ୟୁ

ବ୍ୟୁରୋ : ୟୁକ୍ରେନ୍ ଯୁଦ୍ଧ ଖବର ପରିବେଷଣ କରିବାକୁ ଯାଇଥିବା ଜଣେ ଫରାସୀ ରିପୋର୍ଟରଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ସୋମବାର ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଫ୍ରାନ୍ସ ସାମ୍ବାଦିକ ଫ୍ରେଡେରିକ୍ ଲେକ୍ଲେର ଇମ୍‌ହଫ୍ ଯୁଦ୍ଧର ବାସ୍ତବତାକୁ ସର୍ବ ସମ୍ମୁଖକୁ ଆଣିବାକୁ ୟୁକ୍ରେନ୍‌ରେ ଥିଲେ । ସେ ରୁଷ୍ ବୋମା ବିସ୍ଫୋରଣରୁ ବଞ୍ଚିବାକୁ ସେଠାକାର ନାଗରିକଙ୍କ ସହ ଏକ ବସ୍‌ରେ ବସି ଅନ୍ୟତ୍ର ଯାଉଥିବା ବେଳେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କ ମୃତ୍ୟୁ ଘଟିଛି । ସାମ୍ବାଦିକ ଫ୍ରେଡେରିକ୍ ଲେକ୍ଲେର ଇମ୍‌ହଫଙ୍କ ମୃତ୍ୟୁ ଘଟିଥିବା ନେଇ ଫରାସୀ ଟିଭି ଚ୍ୟାନେଲ ସ୍ପଷ୍ଟ କରିଛି । ଖବର ପରିବେଷଣ ପାଇଁ ସେ ୟୁକ୍ରେନ୍ ଯାଇଥିଲେ ।

ସେଠାରେ ରୁଷ୍ ସେନା ହାତରେ ତାଙ୍କ ଜୀବନ ଯାଇଛି ବୋଲି ଟିଭି ଚ୍ୟାନେଲ ପକ୍ଷରୁ କୁହାଯାଇଛି । ଦ କିଭ୍ ଇଣ୍ଡିପେଣ୍ଡେଣ୍ଟ ମୁତାବକ, ଗଭର୍ଣ୍ଣର ସେରହୀ ହେଦାଇଙ୍କ ଅନୁସାରେ, ଲୁହାନସ୍କ ଓବ୍ଲାଷ୍ଟରେ ନାଗରିକଙ୍କୁ ସ୍ଥାନାନ୍ତର କରାଯିବା ବେଳେ ଫରାସୀ ସାମ୍ବାଦିକ ଫ୍ରେଡେରିକ୍ ଲେକ୍ଲେର ଇମ୍‌ହଫ୍‌ଙ୍କ ମୃତ୍ୟୁ ଘଟିଛି । ରୁଷ୍ ସେନା ନାଗରିକଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଗୁଳି ମାଡ଼ କରିଥିଲା । ଫଳରେ ସେଥିରେ ଥିବା ଫ୍ରାନ୍ସ ସାମ୍ବାଦିକ ଫ୍ରେଡେରିକ୍ ଲେକ୍ଲେର ଇମ୍‌ହଫ୍‌ଙ୍କ ଜୀବନ ଯାଇଛି । ସୂଚନାଯୋଗ୍ୟ, ଲକ୍ଷ ଲକ୍ଷ ସେନାର ଯବାନଙ୍କୁ ହରାଇବା ପରେ ବି ରୁଷ୍ ନିଜ ଯୁଦ୍ଧ ମନୋବୃତ୍ତି ଛାଡ଼ିପାରୁ ନାହିଁ । ଏବେ ବି ୟୁକ୍ରେନ୍ ସହ ଯୁଦ୍ଧ ଜାରି ରଖିଛନ୍ତି ପୁଟିନ୍ ସେନା । ଶନିବାର ଭ୍ଲାଦିମିର ପୁଟିନ୍‌ଙ୍କ ଏକ ଫୋନ୍ କଲ୍‌ରେ ଫ୍ରାନ୍ସ ଓ ଜର୍ମାନୀର ନେତା କଥା ହୋଇଥିଲେ । ସେମାନେ ରୁଷ୍ କବ୍‌ଜାରେ ଥିବା ୟୁକ୍ରେନ୍ ସେନାଙ୍କୁ ଛାଡ଼ିବାକୁ ଅପିଲ କରିଥିଲେ । କିନ୍ତୁ ପୁଟିନ୍ କୌଣସି କଥାରେ ରାଜି ହୋଇ ନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking