31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଶ୍ରୀଲଙ୍କାକୁ କିରୋସିନ ପଠାଇଲା ଭାରତ: ମତ୍ସ୍ୟଜୀବୀଙ୍କୁ ମିଳିବ ସହାୟତା

ଶ୍ରୀଲଙ୍କାକୁ କିରୋସିନ ପଠାଇଲା ଭାରତ: ମତ୍ସ୍ୟଜୀବୀଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ : ଦେଶ ସ୍ୱାଧୀନ ପରଠାରୁ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ସବୁଠୁ ବଡ଼ ଆର୍ôଥକ ସଙ୍କଟର ସାମ୍ନା କରୁଛି । ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବା କାରଣରୁ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଆମଦାନୀ ପାଇଁ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ଏମିତି ସ୍ଥିତିରେ ଭାରତ ନିଜ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସବୁଆଡ଼ୁ ସହାୟତାର ହାତ ବଢ଼ାଉଛି । ଭାରତ, ଶ୍ରୀଲଙ୍କାର ଜାଫନା ସହରରେ ୭୦୦ ମତ୍ସ୍ୟଜୀବୀଙ୍କୁ ସହାୟତା ନିମନ୍ତେ ୧୫,୦୦୦ ଲିଟର କିରୋସିନ ପଠାଇଛି ।

ଜାଫନାରେ ଭାରତର ମହାବାଣିଜ୍ୟ ଦୂତାବାସ ରାକେଶ ନଟରାଜ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନଟରାଜ କହିଛନ୍ତି ଯେ ୧୫,୦୦୦ ଲିଟର କିରୋସିନକୁ ଭାରତ ତରଫରୁ ସହାୟତା ରୂପେ ଯୋଗାଇ ଦିଆଯାଇଛି । ଶ୍ରୀଲଙ୍କାର ମତ୍ସ୍ୟ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଦେଶର ଡେଲ୍ଫଟ, ନୈନାତିଭୁ, ଇଲଭେତିଭୁ ଏବଂ ଅନାଲିତିଭୁର ପାଖାପାଖି ୭୦୦ ମତ୍ସ୍ୟଜୀବୀଙ୍କୁ ଏହି କିରୋସିନ ବିତରଣ କରାଯାଇଛି । ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେ ଭାରତକୁ ପ୍ରଶଂସା କରିଥିଲେ । ବର୍ତ୍ତମାନ ସମୟରେ ଘୋର ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ନିଜ ଦେଶକୁ ଭାରତ ଯୋଗାଇ ଦେଉଥିବା ବିଭିନ୍ନ ସହାୟତାକୁ ପ୍ରଧାନମନ୍ତ୍ରୀ ୱିକ୍ରମସିଙ୍ଘେ ପ୍ରଶଂସା କରିବା ସହିତ ଏକ ଟ୍ୱିଟ୍ କରିଥିଲେ । ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ କି, ଏଭଳି କଠିନ ସମୟରେ ଭାରତ ତରଫରୁ ଦିଆଯାଇଥିବା ସହାୟତା ପାଇଁ ମୁଁ ନିଜ ଦେଶ ତରଫରୁ ପ୍ରଶଂସା କରୁଛି । ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ଆହୁରି ମଜଭୁତ ହେବାକୁ ମୁଁ ଆଶା ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking