28.1 C
Bhubaneswar
Saturday, May 11, 2024
Homeଓଡିଶାଶୈଳେନ୍ଦ୍ରଙ୍କ ହାତରେ ଏବେ ଅଫର୍ ପରେ ଅଫର୍ ‘ଡେଲିଭରି ବୟ’ ଫିଟାଇଲା ଭାଗ୍ୟ

ଶୈଳେନ୍ଦ୍ରଙ୍କ ହାତରେ ଏବେ ଅଫର୍ ପରେ ଅଫର୍ ‘ଡେଲିଭରି ବୟ’ ଫିଟାଇଲା ଭାଗ୍ୟ

ଭୁବନେଶ୍ୱର, ଓଲିଉଡର ଜଣାଶୁଣା ନାୟକ ଶୌଳେନ୍ଦ୍ରଙ୍କ ହାତରେ ଏବେ ଫିଲ୍ମ ଉପରେ ଫିଲ୍ମ । ଏଇ ରଜରେ ତାଙ୍କ ଅଭିନିତ ‘ଗୁଡୁ ଗ୍ୟାଙ୍ଗଷ୍ଟାର୍‌’ ରିଲିଜ ହେଉଛି । ଏଥିରେ ଶିବାନୀଙ୍କ ବିପକ୍ଷରେ ନଜର ଆସିବେ ସେ । ଏଣେ ମିଳିଛି ଆଉ ଏକ ନୂଆ ସିନେମା ‘ଦଶମ’ । ଏକ ଭିନ୍ନ ଧରଣର ଟିନ୍ ଏଜ୍ ଲଭଷ୍ଟୋରି ହେଉଛି ‘ଦଶମ’ । ଏହି ସିନେମାର ନିର୍ଦ୍ଦେଶକ ହେଲେ ରାଜା ଡି । ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି । ଏଥିରେ ନିଲାକ୍ଷୀ, ଅରମାନ, ମୀରା, ଜ୍ୟୋତି, ଆକାଶ ଓ ସିରମନଙ୍କ ଭଳି ନବାଗତମାନଙ୍କୁ ଦେଖିବାକୁ ମିଳିବ । କୁମାର ଶ୍ରୀ ସାହୁ ଏହାର ସଂଳାପ ଲେଖିଛନ୍ତି ।ବୌରବ ଆନନ୍ଦ ଏହାର ସଙ୍ଗୀତକାର । ଆହୁରି ମଧ୍ୟ ‘ହରଣ’ ଟାଇଟଲରେ ଏକ ନୂଆ ସିନେମାରେ ବି କାମ କରୁଛନ୍ତି ଶୈଳେନ୍ଦ୍ର ।

ସୂଚନାଯୋଗ୍ୟ ନିକଟରେ ମୁକ୍ତିଲାଭ କରିଥିବା ‘ଡେଲିଭରି ବୟ’ ରେ ଟାଇଟଲ ରୋଲରେ ଦେଖିବାକୁ ମିଳିଥିଲା । ଏଥିରେ ପ୍ରିୟମ୍ବଦା, ବୁଦ୍ଧାଦିତ୍ୟ ଓ ସୂର୍ଯ୍ୟମୟୀଙ୍କୁ ବି ଦେଖିବାକୁ ମିଳିଛି । ଏହାର ନିର୍ଦ୍ଦେଶକ ହେଲେ ଅଶ୍ୱିନୀ ତ୍ରିପାଠୀ । ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ‘ଡେଲିଭରି ବୟ’ ପରେ ଶୈଳେନ୍ଦ୍ରଙ୍କ ଭାଗ୍ୟ ଫିଟିଛି । ଶୈଳେନ୍ଦ୍ରଙ୍କ ଅନ୍ୟ ଏକ ଟେଲି ଫିଲ୍ମ ‘ହାଏ କ୍ରିଷ୍ଣା’ ବେଶ ଚର୍ଚ୍ଚାରେ ଥିଲା । ଏଣେ ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କ ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିଲା ନୂଆ ଓଡ଼ିଆ ଛବି । ଏଠାରେ ଯେଉଁ ସିନେମାରେ କଥା କୁହାଯାଇଛି ତାର ଟାଇଟଲ ହେଲା ‘ତୋର ମୋର କଟି’ ତୋର ମୋର କଟିର ନିର୍ଦ୍ଦେଶକ ହେଲେ ରମେଶ ରାଉତ । ଝିଲିକ ମୋସ୍‌ନ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା କରିଥିଲେ ଝିଲିକ୍ ଭଟ୍ଟଚାର୍ଯ୍ୟ । ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର । ଡ.ଦୀପକ ଜେନା ଏହି ସିନେମାର ସଂଳାପକାର । ଏଣେ ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’ ରେ ଦିବ୍ୟାଙ୍ଗ ସହ ପ୍ରଥମ ଥର ପାଇଁ ଡ୍ୟାନ୍ସ ଷ୍ଟାର ଶୈଳେନ୍ଦ୍ର ନଜର ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking