30.1 C
Bhubaneswar
Friday, April 26, 2024
Homeଓଡିଶାଗରିବ କଲ୍ୟାଣ ସମାବେଶରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ଗରିବ କଲ୍ୟାଣ ସମାବେଶରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ଅନୁଗୋଳ ଆଠମଲ୍ଲିକରେ ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ର ସଫଳତାର କଥା କହିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡବଲ ଇଞ୍ଜିନ ସରକାର ହେଲେ ଓଡିଶାର ପ୍ରଗତି ହେବ ବୋଲି କହିଲେ ଧର୍ମେନ୍ଦ୍ର । ଆଠମଲ୍ଲିକର କୃଷକ ଭାଇମାନେ ପରିଶ୍ରମୀ ଏବଂ ବୁଣାକାର ଭାଇମାନଙ୍କ ନିଖୁଣ କାରିଗରୀ ଏହି ଅଞ୍ଚର ବୌଦ୍ଧିକ କ୍ଷମତା ଏବଂ ଓଡିଶାର କଳା, ସଂସ୍କୃତି, ସାହିତ୍ୟକୁ ରୁଦ୍ଧିମନ୍ କରିଛି । ମୋଦୀ ସରକାରରେ ଗରିବ କଲ୍ୟାଣ ହେଉଛି ମୂଳମନ୍ତ୍ର । ମୋଦୀ ସରକାର ଲାଭାର୍ଥୀଙ୍କ ପାଇଁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି , ମାତ୍ର ରାଜ୍ୟ ସରକାର ଏହି ଅର୍ଥର ବାଟମାରଣା କରିବାର ବ୍ୟବସ୍ଥା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡିଶାର ବିକାଶ ହେବ ବୋଲି କହିଲେ ଧର୍ମେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking