29.1 C
Bhubaneswar
Saturday, April 27, 2024
Homeଓଡିଶାଶରତ କରଙ୍କ ପରଲୋକ

ଶରତ କରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ ଘଟିଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୧ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ ସୁମନ କର ସୂଚନା ପ୍ରଦାନ କରିଛନ୍ତି । ସେ ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ । କରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ପୂର୍ବରୁ ସେ ସୁସ୍ଥ ହୋଇ ଆସୁଥିଲେ । ହେଲେ ତିନି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇଥିଲା । ଶରତଙ୍କ ହାର୍ଟ ଆଟାକ ରୋଗ ଥିଲା । ତେବେ ବର୍ତ୍ତମାନ ତାଙ୍କର ଶେଷକୃତ୍ୟ ଭୁବନେଶ୍ୱରସ୍ଥିତ ସତ୍ୟନଗରରେ ହେବ ବୋଲି ତାଙ୍କ ପୁଅ ସୂଚନା ପ୍ରଦାନ କରିଛନ୍ତି । ଜଣେ ସଫଳ ରାଜନେତା ଭାବେ ସ୍ୱର୍ଗତ କରଙ୍କର ଯଥେଷ୍ଟ ସୁନାମ ରହିଥିଲା। ସେ ଷଷ୍ଠ ଲୋକସଭା (୧୯୭୭-୮୦ ର ସଦସ୍ୟ ଥିଲେ ଏବଂ ତିନିଥର (୨୦୦୦- ୦୪, ୧୯୯୦- ୯୫ ଏବଂ ୧୯୭୧-୭୪) ମହଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧ ମସିହାରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱାଧୀନ ମିଳିତ ସରକାରରେ ସ୍ୱର୍ଗତ କର ଥିଲେ ଶିକ୍ଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ। ଓଡ଼ିଶାର ରାଜନୈତିକ ଇତିହାସରେ ସ୍ୱର୍ଗତ କର ଥିଲେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଏବଂ ତାଙ୍କର ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି। ସ୍ୱର୍ଗତ କର ୧୯୭୭ ମସିହାରେ କଟକ ଲୋକସଭା ଆସନରୁ ଜନତା ପାର୍ଟି (ଲୋକଦଳ) ସାଂସଦ ଭାବରେ ନିର୍ବଚିତ ହୋଇଥିଲେ। ସେ ୧୦ ମାର୍ଚ୍ଚ ୨୦୦୦ ରୁ ୨୧ ମେ’ ୨୦୦୪ ପର୍ଯ୍ୟନ୍ତ ଦ୍ୱାଦଶ ବିଧାନସଭାର ବାଚସ୍ପତି ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking