27.1 C
Bhubaneswar
Thursday, April 25, 2024
Homeଓଡିଶାସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, : ସମ୍ କୋଭିଡ ହସ୍ପିଟାଲ୍‌ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ।
କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲ୍‌ର ଦାୟିତ୍ୱରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ
ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏଥିରେ ସେ ଖୁବ୍ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଶେଷ କରି ହସ୍ପିଟାଲ୍‌ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର ଓ ଡାକ୍ତର ଈଶ୍ୱର ଚନ୍ଦ୍ର
ବେହେରାଙ୍କ କର୍ତବ୍ୟ ସମ୍ପାଦନାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଉଭୟ ଡାକ୍ତରଙ୍କୁ ଟେଲିଫୋନ୍ କରି ମୁଖ୍ୟମନ୍ତ୍ରୀ
ଧନ୍ୟବାଦ ଜଣାଇଛନ୍ତି ।
କରୋନା ମହାମାରୀର ପ୍ରଭାବ ଓଡ଼ିଶାରେ ଆରମ୍ଭ ହେବା ପର ଠାରୁ ହିଁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରତ୍ୟକ୍ଷ
ତତ୍ୱାବଧାନରେ ଭୁବନେଶ୍ୱରରେ ସମ୍ କୋଭିଡ ହସ୍ପିଟାଲ୍ ସହିତ କେନ୍ଦ୍ରାପଡ଼ା, ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ
ହସ୍ପିଟାଲ କାର୍ଯ୍ୟ କରୁଛି, ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି ।
ସେହିପରି ସମ୍ ତତ୍ୱବଧାନରେ ଭୁବନେଶ୍ୱର ଉପକଣ୍ଠ ଜାମୁଝରୀ ଏବଂ ଜଟଣୀ ଠାରେ କୋଭିଡ କେୟାର ସେଂଟର କାର୍ଯ୍ୟ
କରୁଛି । ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍ ରାଜ୍ୟର ବୃହତମ ହୋଇଥିବା ବେଳେ ସମ୍ ଅଧିନସ୍ଥ ରାଜ୍ୟର ବିଭିନ୍ନ
କୋଭିଡ ହସ୍ପିଟାଲ୍ ଗୁଡ଼ିକରେ ୨୨୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ରହିଛି । ସମ୍ କୋଭିଡ ହସ୍ପିଟାଲ୍‌ର ଉତ୍ସର୍ଗୀକୃତ ସେବା ଯୋଗୁଁ
ଅସଂଖ୍ୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରୋନା ପରିଚାଳନା
ନିୟମକୁ ଶୃଙ୍ଖଳିତ ଢଙ୍ଗରେ ବିନିଯୋଗ କରି ରୋଗୀଙ୍କ ସେବା କରୁଥିବାରୁ ସମ୍ କୋଭିଡ ହସ୍ପିଟାଲ୍ ଓ ଏହାର
ଡାକ୍ତରମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ଧର୍ଯ୍ୟର ସହ କରୋନା ସଂକ୍ରମିତଙ୍କର ଉତମ ସେବା,
ଯତ୍ନ ଓ ଚିକିତ୍ସ।। କରୁଥିବା ଡାକ୍ତରମାନଙ୍କ ଯୋଗୁଁ ରୋଗୀମାନେ ଉପକୃତ ହେଉଥିବା ସେ କହିଛନ୍ତି ।
ଫାଇଭ୍ ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ସମ୍‌ର ଏହି ଦୁଇ ଦକ୍ଷ ଡାକ୍ତରଙ୍କ ସହିତ ଫୋନ୍ ଯୋଗେ ଆଲୋଚନା
କରିଛନ୍ତି । ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ ଡାକ୍ତର ପାତ୍ର ଏବଂ ଡାକ୍ତର ବେହେରା ମଧ୍ୟ ପ୍ରଶଂସା କରିଛନ୍ତି ।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଦକ୍ଷତା ସହିତ କରୋନାର ଆଗୁଆ ପରିଚାଳନା କରୁଥିବାରୁ ଏହା ଦ୍ୱାରା ହଜାର
ହଜାର ରୋଗୀ ଉପକୃତ ହୋଇପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking