28.1 C
Bhubaneswar
Sunday, April 28, 2024
Homeସ୍ୱାସ୍ଥ୍ୟଶୀତଦିନେ କେମିତି ନେବେ ତ୍ୱଚାର ଯତ୍ନ

ଶୀତଦିନେ କେମିତି ନେବେ ତ୍ୱଚାର ଯତ୍ନ

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହେବା ମାତ୍ରେ ଆମ ତ୍ୱଚା ଉପରେ ତାହାର ପ୍ରଭାବ ଦେଖିବାକୁ ମିଳେ । ଏହିଦିନରେ ସ୍କିନ ସଂପୂର୍ଣ୍ଣ ଭାବରେ ଶୁଷ୍କ ରହିଥାଏ । ବିଭିନ୍ନ ପ୍ରକାର ଅଏଲୀ ପ୍ରଡକ୍ଟ ବ୍ୟବହାର କରିବା ପରେ ବି ସ୍କିନ ହାଇଡ୍ରେଟ ଦେଖାଯାଏ ନାହିଁ । ସେଥିପାଇଁ ଶୀତଦିନେ ସ୍କିନକୁ ହାଇଡ୍ରେଟ ରଖିବା ପାଇଁ ନିଜ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ, ଯାହା ଦ୍ୱାର ଆପଣଙ୍କ ତ୍ୱଚା ନରମ ରହିବ । ଆପଣ ଜାଣିଥିବେ ଓମେଗା ୬ ଫ୍ୟାଟି ଏସିଡସ ଓ ଓମେଗା ୧୨ ଫ୍ୟାଟି ଏସିଡସ ସ୍କିନକୁ ନରମ ରଖିବା ପାଇଁ ଆବଶ୍ୟକ ହୋଇଥାଏ । ସ୍କିନ ସେଲ୍ସରେ ଏହା ନରମ ବଜାୟ ରଖେ ଓ ତ୍ୱଚାକୁ ଶୁଷ୍କ କରିବାକୁ ଦିଏ ନାହିଁ । ତ୍ୱଚା ଶୁଷ୍କ ହେବା ଦୂରେଇବା ସହ ହେଲଦି ଫ୍ୟାଟ ସ୍କିନ କୁ ସୂର୍ଯ୍ୟଙ୍କ କିରଣରୁ ବି ରକ୍ଷା କରିଥାଏ । ତାହେଲେ ଚାଲନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ।
-ଶୀତଦିନରେ ଅନେକ ମାତ୍ରାରେ ପଇଡ ପାଣି ପିଅନ୍ତୁ । ଗୁଡ ଫ୍ୟାଟ ପ୍ରସ୍ତୁତ କରିବାର ମୁଖ୍ୟ ସ୍ରୋତ ହେଉଛି ନଡିଆ । ଏଥିରେ ସ୍ୟାଚୁରେଟେଡ ଫ୍ୟାଟ ଓ ଫ୍ୟାଟି ଏସିଡ ରହିଥାଏ । ନଡିଆରେ ରହିଥିବା ଫ୍ୟାଟ ସ୍କିନକୁ ମଇଶ୍ଚରାଏଜ କରିବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।
-ଡାର୍କ ଚକୋଲେଟରେ ଫାଇବର, ଆଇରନ, ମ୍ୟଗ୍ନେସିୟମ, କପର ଓ ମାଙ୍ଗାନିଜ ଭରପୂପ ମାତ୍ରାରେ ରହିଥାଏ । ଏହିସବୁ ତତ୍ୱ ଶରୀରକୁ ହାଇଡ୍ରେଟ କରିଥାଏ । ଯାହା ଦ୍ୱାରା ଶୁଷ୍କପଣ ଦୂର ହୋଇଥାଏ ।
-ଦହିରେ କ୍ୟାଲସିୟମ, ଫସଫରସ ଓ ଭିଟାମିନ ବି୧୨ ମାତ୍ରା ରହିଥାଏ । ଯାହା ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ସେଥିପାଇଁ ଶୀତଦିନେ ଦହି ଖାଆନ୍ତୁ ।
-ଏହାକୁ ବାଦ ଦେଲେ ଶୀତଦିନରେ ଉଷୁମ କ୍ଷୀର ପିଇବା ଅତ୍ୟନ୍ତ ଜରୁରୀ । ଏହା ସ୍ୱାସ୍ଥ୍ୟ ଓ ସ୍କିନ ପାଇଁ ହିତକର ହୋଇଥାଏ । କାରଣ କ୍ଷୀରରେ କ୍ୟାଲସିୟମ, ମ୍ୟମେଗ୍ନସିୟମ, ଆଇରନ ଓ ପ୍ରୋଟିନ ରହିଥାଏ । ଯାହା ସ୍କିନକୁ ହାଇଡ୍ରେଟ ରଖିଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking